Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରକ୍ତିମ ହେଲା ଇରାନର ହୋର୍ମୁଜ

Posted on December 18, 2025

ଇରାନର ହୋର୍ମୁଜ ଦ୍ୱୀପରେ ଭୀଷଣ ବର୍ଷା ଯୋଗୁ ଏକଅଦ୍ଭୁତ ଓ ଭୟଙ୍କର ବିପତ୍ତି ସୃଷ୍ଟି କରିଛି । ଦ୍ୱୀପର ପ୍ରସିଦ୍ଧ ରେଡ୍ ବିଚ୍ ରକ୍ତିମ ହୋଇଛି । ସମୁଦ୍ର ଲହଡ଼ି ରକ୍ତ ଭଳି ଲାଲ୍ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚଟାଣରୁ ଲାଲ୍ ରଙ୍ଗର ପାଣି ବହି ସମୁଦ୍ରରେ ମିଶୁଥିବା ଦେଖିବାକୁ ମିଳିଛି, ଯାହା ଦ୍ୱାରା ସମଗ୍ର ବେଳାଭୂମି ଓ ପାଣିର ରଙ୍ଗ ଲାଲ୍ ହୋଇଛି ।ଏହି ଦୃଶ୍ୟ କିଛି ଲୋକଙ୍କୁ ଭୟଭୀତ କରିଛି । ସେମାନେ ଏହାକୁ ବାଇବେଲର ଭବିଷ୍ୟବାଣୀ ଅବା କୌଣସି ଅଶୁଭ ସଙ୍କେତ କହୁଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ଏବଂ ହାନିକାରକ ।

ହୋର୍ମୁଜ ଦ୍ୱୀପକୁ ରେନ୍ବୋ ଆଇଲାଣ୍ଡ୍ ମଧ୍ୟ କୁହାଯାଏ । କାରଣ ଏ ସ୍ଥାନର ମାଟିରେ ୭୦ରୁ ଅଧିକ ପ୍ରକାରରଙ୍ଗୀନ ଖଣିଜ ରହିଛି । ଖାସ୍କରି ଲାଲ୍ ମାଟିରେ ଆଇରନ୍ ଅକ୍ସାଇଡ୍ ଓ ହେମାଟାଇଟ୍ର ମାତ୍ରା ବହୁତ ଅଧିକ, ଯାହାଏହାକୁ ବର୍ଷ ତମାମ ଲାଲ୍ ରଙ୍ଗ ପ୍ରଦାନ କରେ ।ଭୀଷଣ ବର୍ଷା ହେଲେ, ଏହି ଲାଲ୍ ମାଟି ଚଟାଣରୁ ବହିପାଣିରେ ମିଶେ । ପାଣି ଲାଲ୍ ହୋଇ ସମୁଦ୍ରରେ ମିଶେ ।ଲହଡ଼ିରେ ମଧ୍ୟ କିଛି ସମୟ ଏହି ଲାଲ୍ ରଙ୍ଗ ଦେଖିବାକୁ ମିଳେ । ଜୁଆର-ଭଟ୍ଟା ସହିତ ଏହି ଲାଲ୍ ରଙ୍ଗ ଧୀରେ ଧୀରେ ଫିକା ପଡ଼େ ଏବଂ ସ୍ଥିତି ସ୍ୱାଭାବିକ ହୁଏ । ସ୍ଥାନୀୟ ଲୋକେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।

ସେମାନଙ୍କ କହିବା ଅନୁସାରେ, ଏହି ଦୃଶ୍ୟର ଆନନ୍ଦ ଉଠାଇବା ଉଚିତ୍ ।ଏହା ଦ୍ୱୀପର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଦିଏ । ସୋସିଆଲ ମିଡିଆ ଭିଡିଓରେ ଲୋକଙ୍କୁ ଲାଲ୍ ପାଣିରେ ଚାଲିବା, ଖେଳିବାଓ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଜଣେ ପର୍ଯ୍ୟଟକ କହିଛନ୍ତି, ଏହା ଈଶ୍ୱରଙ୍କର ସବୁଠୁ ସୁନ୍ଦର ଚିତ୍ରକଳା ।ହୋର୍ମୁଜ ଦ୍ୱୀପ ଷ୍ଟେଟ୍ ଅଫ୍ହୋର୍ମୁଜ୍ ନିକଟରେ ଅବସ୍ଥିତ ।ଏ ସ୍ଥାନର ପାହାଡ଼ ଓ ବେଳାଭୂମିନୀଳ, ସବୁଜ, ହଳଦିଆ, ଧଳାଓ ଖାସ୍କରି ଲାଲ୍ ରଙ୍ଗର । ଲାଲ୍ ମାଟିକୁ ସ୍ଥାନୀୟଲୋକେ ଗେଲୈକ କହନ୍ତି । ଏହାକୁ ମସଲା ରୂପେବ୍ୟବହାର କରାଯାଏ- ବ୍ରେଡ୍, ସସ୍, ଆଚାର ଓ ଜାମ୍ ଆଦିରେ ମିଶାଯାଏ । ‘ତୋମଶି’ ନାମକ ସ୍ୱତନ୍ତ୍ର ବ୍ରେଡ୍ ଏହି ମାଟିରୁ ପ୍ରସ୍ତୁତ କରାଯାଏ । ଚିତ୍ରକଳା, ପ୍ରସାଧନ ଓ କାଚ ପ୍ରସ୍ତୁତିରେ ଏହାର ଉପଯୋଗ ହୁଏ । ଏହି ଦ୍ୱୀପରେ ଲୁଣ ଗୁମ୍ଫା, ରଙ୍ଗୀନ ଘାଟି ଓ ସାମୁଦ୍ରିକ ଜୀବପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରନ୍ତି । ପ୍ରକୃତିର ଅନନ୍ୟ ଉପହାର ହୋର୍ମୁଜକୁ ବିଶ୍ୱର ଅନ୍ୟତମ ସବୁଠୁ ସୁନ୍ଦରଓ ରହସ୍ୟମୟ ଦ୍ୱୀପ କୁହାଯାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme