Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଣ୍ଡା ପାଇଁ ଆନ୍ଧ୍ର ଭରସା

Posted on December 18, 2025

ଅନୁଗୁଳରେ ଅଣ୍ଡାରେ ହାତ ମାରି‌ହେଉନି। ଅଣ୍ଡା ଗୋଟାକୁ ୧୦ ରୁ ୧୧ ଟଙ୍କାରେ ବିକ୍ରି ହେଉଛି। ସେପଟେ ଜିଲ୍ଲାବାସୀଙ୍କ ଆବଶ୍ୟକତା ଅନୁସାରେ ଉତ୍ପାଦନ ଯଥେଷ୍ଟ କମ୍‌ ରହିଥିବା ଜଣାପଡ଼ିଛି। ଚାହିଦାର ପାଞ୍ଚ ଗୁଣ କମ୍‌ ଉତ୍ପାଦନ ହେଉଛି। ସେହିପରି ଜିଲ୍ଲାରେ ମାତ୍ର ୩ଟି ଫାର୍ମ ଥିବାରୁ ଚାହିଦା ମୁତାବକ ଅଣ୍ଡା ମିଳୁନଥିବା କୁହାଯାଉଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାରେ ପ୍ରାୟ ୨୦ ଦିନ ହେବ ଅଣ୍ଡାର ଅଭାବ ରହିଥିବା ବେଳେ ବଜାରରେ ଏହାର ଦର ‌ଢେର୍‌ ବୃଦ୍ଧି ପାଇଛି। ତେବେ ଜିଲ୍ଲାରେ ସବୁ ସୁବିଧା ଥିଲେ ମଧ୍ୟ ଆବଶ୍ୟକତା ଅନୁସାରେ ଅଣ୍ଡା ଉତ୍ପାଦନ ହେଉ ନଥିବା କୁହାଯାଉଛି। ଅଣ୍ଡା ଉତ୍ପାଦନ ପାଇଁ କୁକୁଡ଼ା ଚାଷ କରିବାକୁ ସରକାରୀସ୍ତରରେ ଚାଷୀଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୁକୁଡ଼ା ଚାଷୀଙ୍କୁ ସବ୍‌ସିଡି ମଧ୍ୟ ଯୋଗାଇ ଦିଆଯାଉଛି। 

ବଡ଼ କୁକୁଡ଼ା ଫାର୍ମ କରିବାକୁ ଏହି ଯୋଜନାରେ ୧ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହେଉଛି। ତେବେ ସେଥିରୁ ସରକାର ୪୦ ରୁ ୫୦ ପ୍ରତିଶତ ସବ୍‌ସିଡି ଆକାରରେ ଛାଡ଼ କରୁଛନ୍ତି। କିନ୍ତୁ ଜିଲ୍ଲାରେ ଏହି ଯୋଜନା ସଫଳ ହେଉ ନଥିବା ଦେଖିବାକୁ ମିଳୁଛି। ଜିଲ୍ଲାବାସୀଙ୍କ ପାଇଁ ବାର୍ଷିକ ୨୩୪୦ ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଛି। କିନ୍ତୁ ଏହି ପରିମାଣରେ ଉତ୍ପାଦନ ହେଉ ନଥିବାରୁ ଅଣ୍ଡାର ଅଭାବ ଦେଖାଯାଉଛି। ଏବେ ଜିଲ୍ଲାରେ ବାର୍ଷିକ ୩୭୮ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜଣାପଡ଼ିଛି। ସେପଟେ କଣିହାଁ, ଛେଣ୍ଡିପଦା ଓ ଅନୁଗୁଳରେ ସରକାରୀ ସ୍ତରରେ ୩ଟି କୁକୁଡ଼ା ଫାର୍ମ ରହିଛି। କଣିହାଁରୁ ବାର୍ଷିକ ୬୦ ହଜାର ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଛେଣ୍ଡିପଦାରୁ ୧୦ହଜାର ଓ ଅନୁଗୁଳରୁ ୧୨ ହଜାର ଅଣ୍ଡା ମିଳୁଛି। ସେହିପରି ଛୋଟ କୁକୁଡ଼ା ଫାର୍ମଗୁଡ଼ିକରୁ ଅବଶିଷ୍ଟ ଅଣ୍ଡା ବଜାରକୁ ଆସୁଛି। ଏହା ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସମୁଦ୍ରକୁ ଶଙ୍ଖେ।  

ଅନ୍ୟପକ୍ଷରେ ଜିଲ୍ଲାବାସୀଙ୍କ ଅଣ୍ଡା ଚାହିଦା ପୂରଣ ପାଇଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଟ୍ରକ୍‌ ଯୋଗେ ଅଣ୍ଡା ଆସୁଛି। ସେହିପରି କଟକ, ଭୁବନେଶ୍ବରରୁ ମଧ୍ୟ ବ୍ୟବସାୟୀମାନେ ଅଣ୍ଡା ଆଣୁଛନ୍ତି। ତେବେ ରୋଗ କାରଣରୁ ଅନ୍ୟ ରାଜ୍ୟରୁ ଅଣ୍ଡା ଆସିବା ଏବେ କମିଯାଇଥିବା ଜଣାପଡ଼ିଛି। ଫଳରେ ବଜାରରେ ଅଣ୍ଡା ଦର ବୃଦ୍ଧି ପାଇଛି। ସେପଟେ ସରକାରୀସ୍ତରରେ କୁକୁଡ଼ା ଚାଷ ପାଇଁ ସବୁ ପ୍ରକାରର ସୁବିଧା ମିଳୁଥିଲେ ମଧ୍ୟ ଚାଷ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହର ଅଭାବ ଦେଖାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme