Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜିଠୁ ଓଡ଼ିଶା ଏଆଇ ଇମ୍ପାକ୍ଟ ସମ୍ମିଳନୀ,ଏଆଇ ଆଦୃତିରେ ଅଗ୍ରଣୀ ହେବ ଓଡ଼ିଶା

Posted on December 18, 2025

ଇକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଆଜିଠାରୁ ୩ ଦିନ ବ୍ୟାପି ଓଡ଼ିଶା ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସରକାରୀ ବିଧି ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତା ଗ୍ରହଣୀୟତାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାରେ ଏହା ଢ଼ାଞ୍ଚା ପ୍ରସ୍ତୁତ କରିବ । ଇଣ୍ଡିଆ ଏଆଇ ଇମ୍ପାକ୍ଟ ୨୦୨୬ କାର୍ଯ୍ୟକ୍ରମକୁ ନଜରରେ ରଖି ଓଡ଼ିଶା ଏଭଳି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏ ନେଇ ରାଜ୍ୟ କନ୍‌ଭେସନଠାରେ ବୁଧବାର କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ପୂର୍ବରୁ ଇଣ୍ଡିଆ ଏଆଇ କାର୍ଯ୍ୟକାରୀ ଗ୍ରୁପ୍ ବୈଠକ ରାଜ୍ୟ ଆଇଟି ବିଭାଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ୧୮ ତାରିଖରେ ମେଫେୟାର କନ୍‌ଭେନସନଠାରେ ଅନୁଷ୍ଠିତ ହେବ । ଏହି ଅଧିବେସନ କେନ୍ଦ୍ର ଓ ରାଜ୍ୟ ସରକାର, ଶିକ୍ଷାବିତ, ଶିଳ୍ପ ଅଂଶୀଦାରଙ୍କୁ ଏକତ୍ର କରିବ । ଇଣ୍ଡିଆ ଏଆଇ ମିଶନକୁ କାର୍ଯ୍ୟକାରୀ କରିବା ଦିଗରେ ଏଠାରେ ବିଚାର ବିମର୍ଶ ହେବ । କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ପ୍ରଯୁକ୍ତି ଆଧାରିତ ଅଭିବୃଦ୍ଧିକୁ ଧ୍ୟାନରେ ରଖି ଓଡ଼ିଶା ଭବିଷ୍ୟପନ୍ଥୀ କାର୍ଯ୍ୟକ୍ରମ ଗ୍ରହଣ କରୁଛି । ଓଡ଼ିଶା ଏଆଇ ନୀତି ୨୦୨୫ ସହ ଫିନ୍ଟେକ, ଗ୍ଲୋବାଲ କାପାବିଲିଟି ସେଣ୍ଟର, ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ରରେ ନିବେଶକ ଅନୁକୂଳ ନୀତି ସହ ଏଆଇ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରାଯାଉଛି । ଦୃଢ଼ ଭିତ୍ତିଭୂମି, ନବସୃଜନକୁ ପ୍ରୋତ୍ସାହନ, ବିଶ୍ୱସ୍ତରୀୟ ଡିଜିଟାଲ କ୍ଷମତା ପ୍ରଦାନ ସହ ଓଡ଼ିଶାରେ କମ୍ପାନିଗୁଡ଼ିକୁ ସ୍ଥାପନା ସହ ଅଭିବୃଦ୍ଧି କରିବାରେ ପ୍ରୋତ୍ସାହିତ କରାଯିବ । ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ବିଶାଳ କୁମାର ଦେବ କହିଲେ, ଏଆଇ ସମିଟ ପ୍ଲାଟଫର୍ମଗୁଡ଼ିକ ପ୍ରକୃତ ଅଭିବୃଦ୍ଧିକୁ ପ୍ରଦର୍ଶନ କରିବାରେ ସହାୟକ ହେବ । ଅଗ୍ରାଧିକାର କ୍ଷେତ୍ରରେ ସରକାର ଏଆଇକୁ ସମନ୍ୱିତ କରୁଛନ୍ତି । ଅନୁଷ୍ଠାନ ଗୁଡ଼ିକୁ ଏ ନେଇ ପ୍ରସ୍ତୁତ କରାଯିବା ସହ ଭିତ୍ତିଭୂମି ଦୃଢ଼ୀକରଣ ଦିଗରେ ମଧ୍ୟ ନିବେଶ କରାଯାଉଛି । ଏହି ସମ୍ମିଳନୀ ସରକାରଙ୍କ ବିଭିନ୍ନ ବିଭାଗ, ଅଂଶୀଦାର, ନବପ୍ରବର୍ତ୍ତକଙ୍କୁ ଗୋଟିଏ ପ୍ଲାଟ୍ଫର୍ମକୁ ଆଣି ଉତ୍ତରଦାୟୀ ଏବଂ ଅଭିବୃଦ୍ଧିଶୀଳ ଏଆଇ ରୋଡମ୍ୟାପ୍ ଗଠନ କରିବ । ଏ ଅବସରରେ ଏଆଇ କ୍ଷେତ୍ରରେ ଏମ୍ଓୟୁ ସ୍ୱାକ୍ଷରିତ ହେବ । ସରକାରୀ ବିଭାଗ, ଶିଳ୍ପ, ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଗୁଡ଼ିକରେ ଦୀର୍ଘମିଆଦୀ ଭିତ୍ତିରେ ଏଆଇ ଗ୍ରହଣୀୟତା ବୃଦ୍ଧି ଉପରେ ଫୋକସ କରାଯିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme