
ଜନ୍ ଆବ୍ରାହମ୍ ଆଜି ବଲିଉଡର ସବୁଠାରୁ ଗୁଡ୍ ଲୁକିଂ ଏବଂ ଫିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଯାହାଙ୍କ ଉପରେ ଲକ୍ଷ ଲକ୍ଷ ଝିଅ ଦିୱାନା । ଜନ୍ ଆବ୍ରାହମ୍ ହେଉଛନ୍ତି ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଯିଏ କୌଣସି ଫିଲ୍ମି ବ୍ୟାକଗ୍ରାଉଣ୍ଡ ବିନା ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ଆଜି ଦେଶର ସବୁଠାରୁ ବଡ ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ଆଜି ଡିସେମ୍ବର ୧୭ ତାରିଖରେ ଜନ୍ ଆବ୍ରାହମ୍ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି ।
ଏହି ଅବସରରେ ଆମେ ଆପଣଙ୍କୁ ସେହି ସମୟ ବିଷୟରେ ଜଣାଇବୁ ଯେତେବେଳେ ଜନ୍ ଆବ୍ରାହମ୍ ନିଜ ଚେହେରାକୁ ଏତେ ନାପସନ୍ଦ କରୁଥିଲେ ଯେ ସେ ଦର୍ପଣରେ ତାଙ୍କ ଚେହେରା ଦେଖିବାକୁ ପସନ୍ଦ କରୁନଥିଲେ । ଆଜି ଜନ୍ ଅବ୍ରାହମଙ୍କର ନିଜ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଅଛି କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ନିଜକୁ ଘୃଣା କରୁଥିଲେ । ବାସ୍ତବରେ କଲେଜ ସମୟରେ ଜନ୍ ମୁହଁରେ ବାହାରୁଥିବା ପିମ୍ପଲସକୁ ନେଇ ଅତ୍ୟନ୍ତ ଦୁଖୀ ଥିଲେ ।
ଏନେଇ ସେ ନିଜର ଆତ୍ମବିଶ୍ୱାସ ମଧ୍ୟ ହରାଇଥିଲେ ଏମିତିକି ସେ ଦର୍ପଣରେ ନିଜ ମୁହଁ ଦେଖିବାକୁ ପସନ୍ଦ କରନ୍ତିନି । ହେଲେ ଆଜିର ସମୟରେ ସେ ବଲିଉଡର ଜଣେ ହ୍ୟାଣ୍ଡସମ ଅଭିନେତା ଭାବରେ ବେଶ ଲୋକପ୍ରିୟ । ଜନ୍ ଆବ୍ରାହମ୍ ଚଳଚ୍ଚିତ୍ର ଜଗତରେ ଯାତ୍ରା ଆରମ୍ଭ କରିବାର ୨୨ ବର୍ଷ ବିତିଗଲାଣି । ସେ ୨୦୦୩ ରେ ବିକ୍ରମ ଭଟ୍ଟଙ୍କ ” ସହିତ ଡେବ୍ୟୁ କରିଥିଲେ । ଜନ୍ ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଡେବ୍ୟୁ ପାଇଁ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ ।
ଜନ୍ ମଡେଲିଂ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଆଜି ବଲିଉଡର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଜଣେ । ସେ ତାଙ୍କ କ୍ୟାରିୟରରେ ‘ଫୋର୍ସ’, ‘ଧୁମ୍’, ‘ସତ୍ୟମେବ ଜୟତେ’, ‘ପଠାନ’, ‘ଦେଶୀ ବଏଜ୍’, ‘ନ୍ୟୁୟର୍କ’, ‘ବାଟଲା ହାଉସ୍’ ଏବଂ ‘ଦିସୁମ୍’ ଭଳି ଅନେକ ଭଲ ଚଳଚ୍ଚିତ୍ର କରିଛନ୍ତି, ଯାହା ତାଙ୍କୁ ବଲିଉଡର ଶ୍ରେଷ୍ଠ ଅଭିନେତାମାନଙ୍କ ତାଲିକାରେ ସ୍ଥାନିତ କରିଛି ।
