Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା….

Posted on December 17, 2025

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ଜିଲାର ବରିଷ୍ଠ ଭାଜପା ନେତା ମୁକେଶ ଅଗ୍ରୱାଲଙ୍କୁ ପୁଣି ଥରେ ଜିଲା ଉପସଭାପତି ଭାବେ ଦାୟିତ୍ୱବ ପ୍ରଦାନ କରାଯାଇଛି। ଯାହାକୁ ନେଇଁ ମୁକେଶଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାପୂର୍ବରୁ ମୁକେଶ ଭାଜପାର ଜିଲା ଉପସଭାପତି, ଜିଲା ଯୁବ ମୋର୍ଚ୍ଚାର ଉପ ସଭାପତି, ସାଧାରଣ ସମ୍ପାଦକ ରହିଥିବାବେଳେ ଜୁନାଗଡ଼ ଏନ୍‌ଏସି ନିର୍ବାଚନରେ ଭାଜପାରୁ ପ୍ରତ୍ୟକ୍ଷ ଭାବେ ସିଧାସଳଖ ଲୋକଙ୍କ ଭୋଟ ପାଇ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ଉକ୍ତ ଏନ୍‌ଏସିରେ ୨ ଥର ଭାଜପା ପକ୍ଷରୁ ଲଗାତାର କାଉନସିଲର ରହିବା ସହ ଗତ କିଛି ତଳେ ନୂଆପଡା ସାଧାରଣ ନିର୍ବାଚନରେ ଭାଜପା ପାର୍ଥି ଜୟ ଢୋଲକିଆ ବିଜୟୀ ହେବାରେ ମଧ୍ୟ ତାଙ୍କ ପ୍ରମୁଖ ଭୂମିକା ରହିଥିଲା। ଆଗାମୀ ଦିନରେ ଜିଲାର ସଂଗଠନକୁ ସୁଦୃଢ଼ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବି ବୋଲି ଜିଲା ଉପସଭାପତି ମୁକେଶ ପ୍ରକାଶ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme