Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୀତ ରାତିରେ ଭଡ଼ାଟିଆଙ୍କୁ ଘରୁ ବାହାର କରିଦେଲେ ମାଲିକ…

Posted on December 17, 2025

ଶୀତ ରାତିରେ ରାଜଧାନୀରେ ଘର ମାଲିକଙ୍କ ନିର୍ଯାତନା । ରାତି ଅଧରେ ଘରୁ ବାହାର କରିଦେଲେ ଭଡାଟିଆଙ୍କୁ। ଭଡାଟିଆ ଚାକିରିକୁ ଯାଇଥିବା ବେଳେ ତାଙ୍କ ଘରୁ ଜିନିଷ କାଢ଼ିଦେଲେ ମାଲିକ । ରାତି ସାରା ଘର ବାହାରେ ବସିଲେ ଭଡାଟିଆ , ତାଙ୍କ ପତ୍ନୀ ଓ ବୁଢ଼ୀ ମା’ । ଭୁବନେଶ୍ୱର ଡମଣା ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଡମଣା ବଦ୍ରୀ ଗାର୍ଡେନ ଆପାର୍ଟମେଣ୍ଟ ପାଖରେ ଥିବା ଏକ ଘରେ ଭଡ଼ାରେ ରୁହନ୍ତି ସୌମ୍ୟାଜିତ ମହାପାତ୍ର । ଗତ କିଛିଦିନ ହେଲା ମାଲିକଙ୍କ ସହ ତାଙ୍କର ଘର ଭଡ଼ାକୁ କେନ୍ଦ୍ର କରି ଝଗଡା ଚାଲିଥିଲା। କଥା ଯାଇ ଥାନାରେ ପହଞ୍ଚିଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସର ବୁଝାମଣା ମୁତାବକ ଏହି ମାସ ଶେଷରେ ଘର ଛାଡିବାକୁ ତାଙ୍କୁ କୁହାଯାଇଥିଲା। କିନ୍ତୁ ସୌମ୍ୟାଜିତଙ୍କ ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ଘରୁ ସମସ୍ତ ଜିନିଷ ବାହାରକୁ କାଢି ଘର ତାଲା ପକାଇଦେଇଛନ୍ତି ମାଲିକ। ଏ ନେଇ ଘର ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme