Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାଂଘାତିକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ; ଗୁରୁବାରଠୁ ମିଳିବନି ପେଟ୍ରୋଲ-ଡିଡେଲ୍

Posted on December 17, 2025

ଦିଲ୍ଲୀ ଏନ୍‌ସିଆରରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ତରରେ ରହିଛି । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ହନ୍ତସନ୍ତ ରାଜଧାନୀବାସୀ ।  ଦିଲ୍ଲୀରେ ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ସ୍ତର ୩୭୮ ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଯାଉଛି । ତେଣୁ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀ ସରକାରଙ୍କ ପକ୍ଷରୁ କେତେକ କଠୋର ପଦକ୍ଷେପ ନିଆଯାଇଛି । ପିୟୁସି ସାର୍ଟିଫିକେଟ ଅର୍ଥାତ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କୌଣସି ଗାଡିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ । ଆସନ୍ତାକାଲି (ଗୁରୁବାର) ଠାରୁ ଏହି ଆଦେଶ କାର୍ଯ୍ୟକାରୀ କରାଯିବ ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ମନ୍‌ଜିନ୍ଦର ସିଂହ ସିର୍ସା ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ”ପ୍ରଦୂଷଣକୁ ରୋକିବା ଲାଗି ସହରରେ ଅନ୍ୟ ରାଜ୍ୟର ବିଏସ୍-୬ ଗାଡି ବ୍ୟତୀତ ଅନ୍ୟ ସବୁ ଗାଡିର ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ନିର୍ମାଣ ସାମଗ୍ରୀ ନେଇ ଯଦି କୌଣସି ଗାଡି ଚଳାଚଳ କରିବ ତେବେ ଏହା ବିରୋଧରେ ଚାଲାଣ କଟାଯିବ । ପ୍ରଦୂଷଣ ବୃଦ୍ଧି ପାଇଁ ପରିବେଶ ମନ୍ତ୍ରୀ ସିର୍ସା ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଥିଲେ । କହିଥିଲେ ନୂଆ ସରକାର ପ୍ରଦୂଷଣ ମାତ୍ରା କମ କରିବା ଲାଗି ପ୍ରତିଦିନ ପଦକ୍ଷେପ ନେଉଛନ୍ତି । ଗତବର୍ଷ ଆଜିର ଦିନରେ ଏହି ସ୍ତର ୩୮୦ ଥିଲା । ସେ ଅଭିଯୋଗ କରିଥିଲେ ଯେ ପୂର୍ବର ଆପ୍ ସରକାର ଗତ ୧୦ ବର୍ଷ ଭିତରେ ଏହି ପ୍ରଦୂଷଣ ବଢ଼ାଇଛି । ବିଜେପି ସରକାର ମାତ୍ର ୮-୯ ମାସ ହେଲା କ୍ଷମତାକୁ ଆସିଛି । ଏତେ କମ୍ ସମୟ ଭିତରେ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଆଦୌ ସମ୍ଭବ ନୁହେଁ ।”

ଗତ କିଛି ଦିନ ହେଲା କ୍ରମାଗତ ଭାବେ ଦିଲ୍ଲୀର ବାୟୁ ଗମ୍ଭୀର ସ୍ତରରେ ରହିଛି । ଏହାକୁ ପ୍ରଶ୍ୱାସରେ ନେବା ଯୋଗୁ ଫୁସଫୁସ୍ ଓ ହୃଦ୍‌ପିଣ୍ଡ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ପ୍ରଶାସନ ପକ୍ଷରୁ ଗ୍ରାପ-୪ କଟକଣା ଲାଗୁ କରାଯାଇଛି । ସ୍କୁଲକୁ ହାଇବ୍ରିଡ ମୋଡରେ ଚଳାଇବା ଲାଗି ଆଦେଶ ଜାରି କରାଯାଇଛି । ସେହିଭଳି ୫୦ ପ୍ରତିଶତ କର୍ମଚାରୀରେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଚଳାଇବାକୁ କୁହାଯାଇଛି । ସେପଟେ ବାୟୁ ପ୍ରଦୂଷଣ ସହ ଘନ କୁହୁଡି ଯୋଗୁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନ ସେବା ଉପରେ ତାର ପ୍ରଭାବ ପଡିଛି । ଦୃଶ୍ୟମାନ ଦୂରତା ବହୁତ କମିଯାଇଛି । ଦୁଇଦିନରେ ୨୨୮ଟି ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme