Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲଙ୍କୁ ବଡ ଆଶ୍ଵସ୍ତି

Posted on December 16, 2025

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଦିଲ୍ଲୀ କୋର୍ଟ ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇଡି ଚାର୍ଜ ସିଟ୍ ଉପରେ ବିଚାର କରିବାକୁ କୋର୍ଟ ମନା କରିଛନ୍ତି। ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମାମଲା ହୋଇଥିବାରୁ କୋର୍ଟ ମନା କରିଛନ୍ତି। ମାମଲାଟି ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ , ଏଫ୍ଆଇଆର୍‌ ଉପରେ ନୁହେଁ। ସୋନିଆ, ରାହୁଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା।

ସେପଟେ ଦିଲ୍ଲୀ କୋର୍ଟ ଇଡିର ତଦନ୍ତ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସିବିଆଇ ଏପର୍ଯ୍ୟନ୍ତ କୌଣସି ପ୍ରେଡିକେଟ୍ ଅଫେନ୍ସ ରେକର୍ଡ କରିନାହିଁ। ତଥାପି ଇଡି ତଦନ୍ତ ଜାରି ରଖିଛି। ଯେତେବେଳେ ମୂଳ ଅପରାଧ ହିଁ ରେକର୍ଡ ହୋଇନାହିଁ। ସେଥିରେ ମନି ଲଣ୍ଡ୍ରିଂ ତଦନ୍ତ ଆଗକୁ କିଭଳି ବଢିପାରିବ।

କୋର୍ଟଙ୍କ ଏହି ରାୟ ଗାନ୍ଧୀ ପରିବାର ପାଇଁ ଏକ ବଡ ବିଜୟ। କାରଣ ଏହି ରାୟ ଫଳରେ ବର୍ତ୍ତମାନ୍ ପାଇଁ ମାମଲାର ଟ୍ରାଏଲ୍ ପ୍ରକ୍ରିୟା ଆଗକୁ ବଢିପାରିବନାହିଁ। ଇଡି ତାଙ୍କ ଅଭିଯୋଗର ଦାବି କରିଥିଲା କି ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ରର ପ୍ରକାଶକ ଏସୋସିଏଟେଡ ଜର୍ନାଲ୍ସ ଲିମିଟେଡର ସମ୍ପତ୍ତିଗୁଡ଼ିକୁ ୟଙ୍ଗ୍ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ଅବୈଧ ଭାବେ ହାସଲ କରି ମନି ଲଣ୍ଡିରିଂ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme