Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀଙ୍କୁ ମନ୍ତ୍ରୀଙ୍କ କଡ଼ା ଜବାବ

Posted on December 16, 2025

ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ବୟାନ ଦେଇଛନ୍ତି। ଚାଷୀ ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ। ବିରୋଧି ତିଳକୁ ତାଳ କରୁଛନ୍ତି। ସେମିତି ଚାଷୀଙ୍କ ବଡ଼ ଆନ୍ଦୋଳନ କେଉଁଠି ହୋଇନାହିଁ।

ଜିଲାପାଳ ଏବଂ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଟି ମଣ୍ଡି ଖୋଲିଛି। ବରଗଡ଼ ଜିଲାରେ ସର୍ୱାଧିକ ୬୪ ହାଜର ୬୫୨ ମେଟ୍ରିକ ଟନ୍‌ ଧାନ କିଣାଯାଇଥିବା ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପରିକି ଟୋକନ ପହଞ୍ଚି ନ ଥିବା ସ୍ଥାନରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ସମ୍ୱଲପୁରରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ସକାଳ ୧୦ଟାରେ ଗୋଲବଜାର ଛକରେ ଏକତ୍ରୀତ ହୋଇ ଧାନବସ୍ତା ଧରି ପଦଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ସେମାନେ ଧାନକୁ ଖୁଚୁରାରେ ବିକ୍ରି କରି ପ୍ରତିବାଦ କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme