Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଡ଼ିଶା ଆସିପାରନ୍ତି ଅମିତ୍ ଶାହ …..

Posted on December 16, 2025

ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରାଯାଇଛି। ତେଣୁ ଶାହା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ହେଲେ ଏନେଇ ଶାହାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଚୂଡାନ୍ତ ସୂଚନା ଦିଆଯାଇ ନାହିଁ। ପୂର୍ବରୁ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶାହା ଆସିବାକୁ ଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଶେଷ ମୁହୂର୍ତ୍ତରେ ସେସବୁ ବାତିଲ ହୋଇଛି। ଶେଷଥର ଲାଗି ସେ ଓଡ଼ିଶାରେ ଆୟୋଜିତ ହୋଇଥିବା ଡିଜିପି ସମ୍ମିଳନୀରେ ଯୋଗଦେଇଥିଲେ। ଏଥର ଶାହା ଓଡ଼ିଶା ଗସ୍ତରେ ଆସି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଯେ ପର୍ଯ୍ୟନ୍ତ ଚୂଡାନ୍ତ ସୂଚନା ନ ଆସିଛି ସେତେବେଳ ଯାଏ କିଛି କୁହାଯାଇପାରିବ ନାହିଁ ବୋଲି ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ଭାଜପା ଶାସନକୁ ଆସିବାର ୧୭ ମାସ ପୂରଣ ହୋଇସାରିଥିବା ବେଳେ ଏଯାଏ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ଅନେକ ଦିନରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଇପାରେ ବୋଲି ଚର୍ଚ୍ଚା ହୋଇଆସୁଛି। ସେହିପରି ବୋର୍ଡ ଏବଂ ନିଗମରେ ଥଇଥାନ ପ୍ରକ୍ରିୟା ଏଯାଏ ହୋଇପାରି ନ ଥିବାବେଳେ ଏନେଇ ଦଳୀୟ ନେତାମାନଙ୍କ ଭିତରେ ସାମାନ୍ୟ ଅସନ୍ତୋଷ ରହୁଛି। ତେଣୁ ଶାହା ଆସିଲେ ଏହିସବୁ ଚର୍ଚ୍ଚା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme