Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋନାଲରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

Posted on December 16, 2025

କଳାହାଣ୍ଡିଜିଲ୍ଲା କୋକସରା ଥାନା ଲଡ଼ୁଗାଁ ଗ୍ରାମ  ଛେଲିଆପଡାର ଟିକଚନ ନାଗ ଓରଫ କାଳିଆ ନାମକ ଜଣେ ବୃଦ୍ଧ ଗତକାଲି ଅପରାହ୍ନରେ ଶୌଚ ହେବାକୁ ଯାଇ କେନାଲ ସାଇଫନ ପାଣିରେ ପଡ଼ି ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହେଉଛି।

ଟିକଚନ ଗତକାଲି ଅପରାହ୍ଣରେ ଶୌଚ ପାଇଁ ଯାଇଥିଲେ ଓ ଶୌଚ ପରେ କେନାଲ କଡ଼ରେ ଥିବା ସାଇଫନ ପାଣିରେ ପଡ଼ି ବୁଡ଼ି ଯାଇଥିଲେ।ଏହି ରାସ୍ତା ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକ ପାଣିରେ  ଟିକଚନ ପାଣିରେ ପଡ଼ି ଯାଇଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ କୋକସରା ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ଶବକୁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଆଜି  ଶବ ବ୍ୟବଚ୍ଛେଦ କରାଯିବ। ଖବର ପାଇ କୋକସରା ପୁଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଟିକଚନ ଗରିବ ଶେଣୀର ହୋଇ ଥିବା ବେଳେ କୁଲିମଜୁରୀ କରି ପରିବାରକୁ ଚଳାଉ ଥିଲେ। ତାଙ୍କ ବିୟୋଗରେ ପରିବାର ବେସାହାରା ହୋଇ ପଡ଼ିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme