Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ମଶାନରେ ଜୀବିତ , ହସ୍ପିଟାଲରେ ମୃତ…

Posted on December 16, 2025

ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । କେବଳ ଏତିକି କଥା ନୁହେଁ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା ହେବା ପରେ ଶ୍ମଶାନରେ ତାଙ୍କର ନିଶ୍ବାସ ଚାଲିଥିଲା, ଏହାପରେ ପୁଣି ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ଅନୁସାରେ, ରାଜେନ୍ଦ୍ର ରଥ ହଟାତ ଅସୁସ୍ଥ ହୋଇ ପଡିବା ପରେ ପରିବାର ଲୋକେ ରବିବାର ଶୀତଳା ପଲ୍ଲୀ ସ୍ଥିତ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ନିମୋନିଆ ଚିହ୍ନଟ ହେବା ପରେ ଡାକ୍ତର ତାଙ୍କୁ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଘୋଷଣା କରାଯାଇଥିଲା। ଚିକିତ୍ସା ଅବହେଳାରୁ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ମୃତକଙ୍କ ଜ୍ୱାଇଁ ବିନାୟକ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେଠାରେ ରାତ୍ର କାଳୀନ ଚିକିତ୍ସା ନିମନ୍ତେ ଡାକ୍ତର ରହୁ ନଥିବା ଅଭିଯୋଗ କରିଛନ୍ତି ।

ମୃତକଙ୍କ ଜ୍ବାଇଁଙ୍କ କହିବା ଅନୁସାରେ, ରାତ୍ର ନଅଟାରେ ରୋଗୀ ଭଲ ଥିଲା କଥା ବାର୍ତ୍ତା କରୁଥିବା ବେଳେ ହଟାତ ରାତି ପ୍ରାୟ ସାଢେ ବାରଟାରେ ହସ୍ପିଟାଲ କତୃପକ୍ଷ ସ୍ଵାକ୍ଷର କରିବାକୁ କହିଥିବା ସେ ସୂଚନା ଦେଇଛନ୍ତି । ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ହଜାରେରୁ ଉର୍ଦ୍ଧ ବିଭିନ୍ନ ବର୍ଗର ଲୋକଙ୍କ ମୃତ ରାଜେନ୍ଦ୍ରଙ୍କ ଶେଷ ଦର୍ଶନ କରିଥିଲେ । ମୃତ ରାଜେନ୍ଦ୍ରଙ୍କ ମର ଶରୀରକୁ ରଥରେ ବସାଇ ଶହ ଶହ ଲୋକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ପୁଇଁତୋଳା ଚାରିସାହି ବୁଲାଇବା ପରେ ଋଷୁକୂଲ୍ୟା ସ୍ଥିତ ଶ୍ମଶାନରେ ପହଞ୍ଚିଥିଲେ । ସେଠାରେ ପୁରୋହିତ ରାଜେନ୍ଦ୍ରଙ୍କ ନିଶ୍ୱାସପ୍ରଶ୍ୱାସ ଆସିଥିଲା ।

ମୃତ ପୁରୋହିତ ଜୀବିତ ଥିବା ଭାବି ତାଙ୍କୁ ସଙ୍ଗେ ସଙ୍ଗେ ଶ୍ମଶାନରୁ କାର ଯୋଗେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ବିଧାୟକ ନାୟକ ପହଂଚି ଡାକ୍ତରଙ୍କ କଥା ବାର୍ତ୍ତା କରିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୋହିତ ରାଜେନ୍ଦ୍ର ଜୀବିତ ଥିବା ଖବର ପ୍ରଚାରିତ ହେବା ପରେ ମୃତ ରାଜେନ୍ଦ୍ରଙ୍କ ସ୍ତ୍ରୀ ସୁଜାତା ରଥ ସ୍ୱାମୀ ବଞ୍ଚି ଯାଇଥିବା ନେଇ ଗଡି ଗଡି ନୃସିଂହ ମନ୍ଦିର ଭିତରେ ଦୀପ ଜାଳିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା ପରେ ସେ ବେହୋସ ହୋଇ ପଡ଼ିଥିଲେ । ଏକ ମାତ୍ର ପୁଅକୁ ହରାଇ ବାପା ଗଣେଶ ରଥ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ଦେଖାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme