Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜ୍ୟରେ ଜାଡ଼ର ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ: ୧୦ଡିଗ୍ରୀ ତଳେ ୯ ସ୍ଥାନର ପାରଦ

Posted on December 16, 2025

ରାଜ୍ୟରେ ଥଣ୍ଡା ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ରାଜ୍ୟର ୯ଟି ସ୍ଥାନ ରବିବାର ୧୦ ଡିଗ୍ରୀ ତଳେ ରହିଥିଲା । ଜି ଉଦୟଗିରିର ରାତି ତାପମାତ୍ରା ସବୁଠୁ କମ୍ ବା ୫ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୬ ଡିଗ୍ରୀ, କୋରାପୁଟରେ ୬.୮, ନବରଙ୍ଗପୁରରେ ୯, ଅନୁଗୁଳରେ ୯.୬, ଭବାନୀପାଟଣାରେ ୯.୨, ବୌଦ୍ଧରେ ୯.୭, ଝାରସୁଗୁଡ଼ାରେ ୯.୮, କେନ୍ଦୁଝରରେ ୧୦.୮ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ସପ୍ତାହେ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ମଙ୍ଗଳବାର ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ଝାରସୁଗୁଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି ଆକଳନ କରାଯାଇଛି । କୋରାପୁଟରେ ସ୍ୱାଭାବିକଠାରୁ ୬.୩ ଡିଗ୍ରୀ ତାପମାତ୍ରା କମ୍ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ କମ୍, ଭୁବନେଶ୍ୱରରେ ୩.୪, ଫୁଲବାଣୀରେ ସ୍ୱାଭାବିକଠାରୁ ୩.୧, ଭବାନୀପାଟଣାରେ ୨.୭, ଗୋପାଳପୁରରେ ୨ ଡିଗ୍ରୀ, କଟକରେ ୧.୯ ଓ ପୁରୀରେ ୧.୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme