Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌,ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ

Posted on October 3, 2025

କଟକ ଜିଲାର ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍‌ର ସେଲ୍‌ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଫେରାର ହୋଇଥିବା ଏହି ଦୁଇ କଏଦୀ ପାଣିକୋଇଲି ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଲୁଟ୍‌ ଘଟଣାରେ ଜଡ଼ିତ ଥିଲେ। ଲୁଟେରାମାନେ ଅଳଙ୍କାର ଦୋକାନ ଉପରେ ଗୁଳିମାଡ଼ କରି ଲୁଟପାଟ କରିଥିଲେ, ଯେଉଁଥିରେ ଦୁଇ ଜଣଙ୍କର ଜୀବନ ଯାଇଥିଲା। ଏହି ଲୋମହର୍ଷକ ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ଅପରାଧୀଙ୍କୁ କାବୁ କରି ପୋଲିସ ଜିମାକୁ ହସ୍ତାନ୍ତର କରିଥିଲେ। ତେବେ ଏବେ ଜେଲ୍‌ରୁ ଫେରାର ହେବା ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

ଚୌଦ୍ବାର ଜେଲ୍‌ରୁ ଏହି ଦୁଇ ଖତରନାକ ଅପରାଧୀଙ୍କ ପଳାୟନ ଜେଲ୍‌ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ସୂଚାଇ ଦେଉଛି। ସୂଚନା ମୁତାବକ, ଉଭୟ କଏଦୀ ଜେଲ୍‌ର ସେଲ୍‌ରେ ଥିବା ଲୁହା ରଡ଼କୁ କାଟି ପଳାୟନ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି ଏବଂ ଫେରାର ଅପରାଧୀଙ୍କୁ ଧରିବା ପାଇଁ ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme