Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆସନ୍ତାକାଲି ମହାପ୍ରଭୁଙ୍କ ପହିଲି ଭୋଗ ନୀତି

Posted on December 15, 2025

ଆସନ୍ତାକାଲି ପବିତ୍ର ଧନୁ ସଂକ୍ରାନ୍ତି।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ  ଆରମ୍ଭ ହେବ ପହିଲି ଭୋଗ ନୀତି। ପରମ୍ପରା ଅନୁଯାୟୀ ଏହି ଏକମାସ ମା ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ। ତେବେ ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି ହେବ । ଗୋପାଳବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯିବ l ପହିଲି ଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୨ଟା ରେ ଦ୍ବାର ଫିଟା ନୀତି ପରେ ମଙ୍ଗଳଆଳତୀ, ମଇଲମ, ଅବକାଶ ନୀତି ,ବେଶ ଶେଷ ହେବା ପରେ ପହିଲି ଭୋଗ ନୀତି ଆରମ୍ଭ ହେବ । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme