Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିସେମ୍ବର ୧୬ରେ ଓଡ଼ିଶା ଫାର୍ମା ସମ୍ମିଳନୀ

Posted on December 15, 2025

ଚଳିତ ମାସ ୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଫାର୍ମା ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ । ଏହି ସମ୍ମିଳନୀରେ ଫାର୍ମା, ମେଡିକାଲ ଯନ୍ତ୍ରାଂଶ ମାନୁଫାକ୍ଚର୍ସ, ଷ୍ଟାର୍ଟଅପ, ନବସୃଜନକାରୀ, ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷଜ୍ଞ, ନିବେଶକ, ଶିଳ୍ପ ଅଂଶୀଦାରମାନେ ସାମିଲ ହୋଇ ରାଜ୍ୟର ଅଭିବୃଦ୍ଧିଶୀଳ ଫାର୍ମା କ୍ଷେତ୍ରର ସମ୍ଭାବନାକୁ ପରଖିବେ । ଏହି ଅବସରରେ ରାଜ୍ୟ ଫାର୍ମା ଏବଂ ମେଡିକାଲ ଯନ୍ତ୍ରାଂଶ ନୀତି ଉନ୍ମୋଚିତ ହେବ । ଏହି ନୀତିରେ ନିବେଶ ଆକୃଷ୍ଟ କରିବା, ଇଜ୍ ଅଫ୍ ଡୁଇଁ ବିଜ୍ନେସର ଉନ୍ନତୀକରଣ, ବୃହତ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ଉପରେ ଫୋକସ କରାଯିବ ।

ସେହିଭଳି ଏଥିରେ ୨ ସ୍ୱତନ୍ତ୍ର ଶିଳ୍ପ ପାର୍କ ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ । ଆସିବାକୁ ଥିବା ନୁଆ ଫାର୍ମାସ୍ୟୁଟିକାଲ ପାର୍କ ଏବଂ ମେଡିକାଲ ଡିଭାଇସ ପାର୍କ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ର ମାନୁଫାକ୍ଚରିଂ ଭିତ୍ତିଭୂମି ଏବଂ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ । ଏଥିରେ ସରକାର ଏବଂ ବିଭିନ୍ନ କମ୍ପାନି ମଧ୍ୟରେ ଏମ୍ଓୟୁ ହେବାକୁ ଯାଉଛି । ଯାହା ଦ୍ୱାରା ଫାର୍ମା ଏବଂ ମେଡିକାଲ ଯନ୍ତ୍ରାଂଶ ଇକୋସିଷ୍ଟମକୁ ଦୃଢ଼ କରିବ । ବରିଷ୍ଠ ଶିଳ୍ପ ଲିଡର ମାନେ ହେଲ୍‌ଥକେୟାର ମାନୁଫାକଚରିଂ କ୍ଷେତ୍ରରେ ଓଡ଼ିଶାରେ ଥିବା ସମ୍ଭାବନା ସମ୍ପର୍କରେ ଏକ ବିଶେଷ ପାନେଲ ଆଲୋଚନା ମଧ୍ୟ କରିବେ ।

ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଫାର୍ମା, ମେଡିକାଲ ଯନ୍ତ୍ରାଂଶ ଏବଂ ଆନୁଷଙ୍ଗିକ କ୍ଷେତ୍ରର ଶିଳ୍ପ, ନିବେଶକ ଏବଂ ବିଶେଷଜ୍ଞଙ୍କୁ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଏ କ୍ଷେତ୍ରରେ ଏକ ଦୃଢ଼ ଏବଂ ଭବିଷ୍ୟପନ୍ଥୀ ଇକୋସିଷ୍ଟମ ଗଠନ ଦିଗରେ ଲକ୍ଷ୍ୟ ରହିଛି, ଯାହା ରାଜ୍ୟର ଅଭିବୃଦ୍ଧି, ନବସୃଜନ ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ଉତ୍ସାହିତ କରିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme