Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିସେମ୍ବର ୧୬ରେ ଓଡ଼ିଶା ଫାର୍ମା ସମ୍ମିଳନୀ

Posted on December 15, 2025

ଚଳିତ ମାସ ୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଫାର୍ମା ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ । ଏହି ସମ୍ମିଳନୀରେ ଫାର୍ମା, ମେଡିକାଲ ଯନ୍ତ୍ରାଂଶ ମାନୁଫାକ୍ଚର୍ସ, ଷ୍ଟାର୍ଟଅପ, ନବସୃଜନକାରୀ, ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷଜ୍ଞ, ନିବେଶକ, ଶିଳ୍ପ ଅଂଶୀଦାରମାନେ ସାମିଲ ହୋଇ ରାଜ୍ୟର ଅଭିବୃଦ୍ଧିଶୀଳ ଫାର୍ମା କ୍ଷେତ୍ରର ସମ୍ଭାବନାକୁ ପରଖିବେ । ଏହି ଅବସରରେ ରାଜ୍ୟ ଫାର୍ମା ଏବଂ ମେଡିକାଲ ଯନ୍ତ୍ରାଂଶ ନୀତି ଉନ୍ମୋଚିତ ହେବ । ଏହି ନୀତିରେ ନିବେଶ ଆକୃଷ୍ଟ କରିବା, ଇଜ୍ ଅଫ୍ ଡୁଇଁ ବିଜ୍ନେସର ଉନ୍ନତୀକରଣ, ବୃହତ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ଉପରେ ଫୋକସ କରାଯିବ ।

ସେହିଭଳି ଏଥିରେ ୨ ସ୍ୱତନ୍ତ୍ର ଶିଳ୍ପ ପାର୍କ ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ । ଆସିବାକୁ ଥିବା ନୁଆ ଫାର୍ମାସ୍ୟୁଟିକାଲ ପାର୍କ ଏବଂ ମେଡିକାଲ ଡିଭାଇସ ପାର୍କ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ର ମାନୁଫାକ୍ଚରିଂ ଭିତ୍ତିଭୂମି ଏବଂ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ । ଏଥିରେ ସରକାର ଏବଂ ବିଭିନ୍ନ କମ୍ପାନି ମଧ୍ୟରେ ଏମ୍ଓୟୁ ହେବାକୁ ଯାଉଛି । ଯାହା ଦ୍ୱାରା ଫାର୍ମା ଏବଂ ମେଡିକାଲ ଯନ୍ତ୍ରାଂଶ ଇକୋସିଷ୍ଟମକୁ ଦୃଢ଼ କରିବ । ବରିଷ୍ଠ ଶିଳ୍ପ ଲିଡର ମାନେ ହେଲ୍‌ଥକେୟାର ମାନୁଫାକଚରିଂ କ୍ଷେତ୍ରରେ ଓଡ଼ିଶାରେ ଥିବା ସମ୍ଭାବନା ସମ୍ପର୍କରେ ଏକ ବିଶେଷ ପାନେଲ ଆଲୋଚନା ମଧ୍ୟ କରିବେ ।

ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଫାର୍ମା, ମେଡିକାଲ ଯନ୍ତ୍ରାଂଶ ଏବଂ ଆନୁଷଙ୍ଗିକ କ୍ଷେତ୍ରର ଶିଳ୍ପ, ନିବେଶକ ଏବଂ ବିଶେଷଜ୍ଞଙ୍କୁ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଏ କ୍ଷେତ୍ରରେ ଏକ ଦୃଢ଼ ଏବଂ ଭବିଷ୍ୟପନ୍ଥୀ ଇକୋସିଷ୍ଟମ ଗଠନ ଦିଗରେ ଲକ୍ଷ୍ୟ ରହିଛି, ଯାହା ରାଜ୍ୟର ଅଭିବୃଦ୍ଧି, ନବସୃଜନ ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ଉତ୍ସାହିତ କରିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme