Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଷାକ୍ତ ଧୂଆଁରେ ଅଦୃଶ୍ୟ ଦିଲ୍ଲୀ-ଏନସିଆର, ଫଗ୍ ଓ ସ୍ମଗ୍ ପାଇଁ ଜିରୋ ଭିଜିବିଲିଟି

Posted on December 15, 2025

ବିଷ ବଳୟରେ ଦିଲ୍ଲୀ। ଚାରିଆଡ଼େ ଧୂଆଁ-ଧୂଆଁ ଖାଲି ଧୂଆଁ। ସେପଟେ ଉତ୍ତର ଭାରତରେ ଦାଉ ସାଧୁଛି ପ୍ରବଳ ଶୀତ ଲହରୀକୁ ଘନ କୁହୁଡ଼ି। ବିଷାକ୍ତ ଧୂଆଁରେ ଅଦୃଶ୍ୟ ହୋଇଗଲା ଦିଲ୍ଲୀ ଏନସିଆର। ଫଗ୍ ଓ ସ୍ମଗ୍ ପାଇଁ ଜିରୋ ଭିଜିବିଲିଟି। ଅକ୍ଷରଧାମରେ ୪୯୩ ଛୁଇଁଲା ଏକ୍ୟୁଆଇ। ପାଣିପାଗ ବିଭାଗର ପୂର୍ବାନୁମାନ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ଉତ୍ତର ପ୍ରଦେଶ, ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ଆସନ୍ତା ଦୁଇ ଦିନ ଯାଏଁ ଲାଗି ରହିବ ଏଭଳି ସ୍ଥିତି। ବିଷାକ୍ତ ଧୂଆଁ ବଳୟରେ ସନ୍ତୁଳି ହେଉଛନ୍ତି ଲୋକେ। 

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀର ବହୁ ସ୍ଥାନରେ ଏକ୍ୟୁଆଇ ସିଭିୟର ସ୍ତରରେ ରହିଛି। ଯାହାକି ସ୍ଵାସ୍ଥ୍ୟ ପ୍ରତି ଗମ୍ଭୀର ସମସ୍ୟା ସୃଷ୍ଟି କରିବ। ବଡ଼ାଖମ୍ବା ରୋଡରେ ଏକ୍ୟୁଆଇ ୪୭୪ ରେକର୍ଡ କରାଯାଇଛି। ଯାହାକି ସିଭିୟର ଶ୍ରେଣୀରେ ରହିଛି। ସେହିପରି ପଣ୍ଡିତ ପନ୍ତ ମାର୍ଗରେ ଏକ୍ୟୁଆଇ ୪୧୭ ରହିଛି। ସର୍ଦ୍ଦାର ପଟେଲ ମାର୍ଗରେ ଏକ୍ୟୁଆଇ ୪୮୩ ରହିଛି। ଶୀତ ଯୋଗୁଁ ଦିଲ୍ଲୀ ଏକ୍ୟୁଆଇ ଏବେ ୪୫୦ ପାଖାପାଖି ରହିଛି। କୁହୁଡ଼ି ଓ ପ୍ରଦୂଷଣ ପାଇଁ ଧୂଆଁ ବଢୁଛି। 

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ଗ୍ରାପ୍‌ ର ଷ୍ଟେଜ-୪ ପ୍ରତିଭନ୍ଧକ ଲଗାଯାଇଛି। ନିର୍ମାଣ କାମ ଓ ପୁରୁଣା ଡିଜେଲ ଚାଳିତ ଗାଡ଼ି ଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ ବାରଣ କରାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅନେକ ପାହାଡ଼ିଆ ଅଞ୍ଚଳରେ ଏପର୍ଯ୍ୟନ୍ତ ତୁଷାରପାତ ହୋଇନାହିଁ, ଯାହା ସ୍ୱାଭାବିକ ଅପେକ୍ଷା ବିଳମ୍ବ ଏବଂ ଜଳବାୟୁ ପରିବର୍ତ୍ତନର ଏକ ସ୍ପଷ୍ଟ ସଙ୍କେତ। ସାଧାରଣତଃ, ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପର୍ବତଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇଯାଏ, କିନ୍ତୁ ଏଥର ପର୍ବତଗୁଡ଼ିକ ଶୁଷ୍କ ରହିଛି। ତେବେ ଆଗାମୀ କିଛି ଦିନ ମଧ୍ୟରେ ପ୍ରବଳ ତୁଷାରପାତ ହୋଇପାରେ ଏବଂ ଏହି ଅଭାବ ପୂରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme