Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଦଳୁନି ମାନସିକତା, ପରିବାର ନିୟୋଜନକୁ ଅମଙ୍ଗ ପୁରୁଷ

Posted on December 15, 2025

ସ୍ୱାମୀଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ଅମଙ୍ଗ ହେଉଛନ୍ତି ସ୍ତ୍ରୀ । କାଳେ ଶରୀର ଅସୁସ୍ଥ ହୋଇଯିବ, ପୌରୁଷତ୍ୱ କମିଯିବ ସେହି ଆଶଙ୍କାରେ ରୋକ୍‌ଠୋକ୍‌ ମନା କରିଦେଉଛନ୍ତି । ନିଜେ ଅସହ୍ୟ କଷ୍ଟ ସହି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଛନ୍ତି ସିନା, ସ୍ୱାମୀଙ୍କୁ ଡାକ୍ତରଖାନା ବାରଣ୍ଡା ମାଡ଼ିବାକୁ ଦେଉନାହାନ୍ତି । ଏହାର ପରିଣତି ବି ତାଜୁବ୍‌ କରିବା ଭଳି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ୪ ବର୍ଷରେ ମାତ୍ର ୫୪୯ଜଣ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଛନ୍ତି । ତାହା ବି ବଡ଼ କଷ୍ଟରେ । ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ଜନ୍ମ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି । ବୁଝାଇସୁଝାଇ ବନ୍ଧ୍ୟାକରଣ କରାଯାଉଛି । ଏଥିପାଇଁ ଆଶାକର୍ମୀଙ୍କୁ ମହିଳାଙ୍କ ପିଛା ୨୦୦ ଟଙ୍କା ଏବଂ ପୁରୁଷଙ୍କ ପିଛା ୩୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଆଶାକର୍ମୀମାନେ ଦି’ପଇସା ପାଇବା ଆଶାରେ ଘର ଘର ବୁଲି ବନ୍ଧ୍ୟାକରଣ କରିବାକୁ ବୁଝାଉଛନ୍ତି । ହେଲେ ପୁରୁଷମାନେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପଛଘୁଞ୍ଚା ଦେଉଛନ୍ତି । ଏହା ପଛରେ ଘରର ମହିଳାଙ୍କ ଚାପ ରହୁଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ତଗତ ସୂଚନା ଅନୁଯାୟୀ, ଗତ ୪ବର୍ଷରେ ଜିଲ୍ଲାରେ ପରିବାର ନିୟନ୍ତ୍ରଣ ଯୋଜନାରେ ସମୁଦାୟ ୧୦ ହଜାର ୨୨ ଜଣଙ୍କ ବନ୍ଧ୍ୟାକରଣ କରାଯାଇଛି । ତନ୍ମଧ୍ୟରୁ ମହିଳାଙ୍କ ସଂଖ୍ୟା ୯ ହଜାର ୪୭୩ ଓ ପୁରୁଷଙ୍କ ସଂଖ୍ୟା ୫୪୯ । ପ୍ରସବ ପରବର୍ତ୍ତୀ (ମିନିଲାପ ପିପିଏସ୍‌), ଗର୍ଭପାତ ପରବର୍ତ୍ତୀ ମିନିଲାପ (ପିଏ)ରେ ୭୯୬୮ ଏବଂ ଲାପ୍ରୋସ୍କୋପିକ୍‌ ପଦ୍ଧତି ମାଧ୍ୟମରେ ୧୨୦୯ ମହିଳା ବନ୍ଧ୍ୟାକରଣ ହୋଇଛନ୍ତି ।  ପୁରୁଷଙ୍କ ବନ୍ଧ୍ୟାକରଣ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ବେଦନାଦାୟକ । ଅବଶ୍ୟ ଏବେ ଚିକିତ୍ସା ବିଜ୍ଞାନର ବିକାଶ ଫଳରେ କମ୍‌ ଯନ୍ତ୍ରଣାରେ ସୁବିଧାରେ ଅସ୍ତ୍ରୋପଚାର କରାଯାଇପାରୁଛି । ହେଲେ ଶିକ୍ଷାର ଅଭାବରୁ ସୁନ୍ଦରଗଡ଼ ଜିଲ୍ଲାରେ ପୁରୁଷଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଶୀଥିଳ ପଡ଼ିଛି । ଆଦିବାସୀ ବହୁଳ ଏହି ଜିଲ୍ଲାର କଠୋର ପରମ୍ପରା ଓ ପଛୁଆ ମାନସିକତା ଏହା ପଛର ଅନ୍ୟତମ କାରଣ ବୋଲି କୁହାଯାଉଛି । ଅନ୍ୟପଟେ ଆଶାକର୍ମୀମାନେ ଅସ୍ତ୍ରୋପଚାର କରିବାକୁ ବୁଝାଇବା ବେଳେ ପୁରୁଷଙ୍କ ନିକଟରେ ସହଜ ହୋଇପାରୁନାହାନ୍ତି । ଲଜ୍ଜାବୋଧ କରୁଛନ୍ତି । ଫଳରେ ଆବଶ୍ୟକ ପରିବେଶ ସୃଷ୍ଟି ହୋଇପାରୁନାହିଁ । ଏହା ବି ପୁରୁଷ ବନ୍ଧ୍ୟାକରଣ ହ୍ରାସର ଆଉ ଏକ କାରଣ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଲେ ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି ମତପ୍ରକାଶ ପାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme