Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସିଡନୀ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି

Posted on December 15, 2025

ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ବୋଣ୍ଡି ବିଚ୍ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଆକ୍ରମଣକାରୀଙ୍କର ଇସଲାମିକ୍ ଷ୍ଟେଟ୍ ସହ ସମ୍ପର୍କ ଥିଲା !  ପୋଲିସ ଏହାକୁ ଆତଙ୍କବାଦୀ ଆକ୍ରମଣ ଘୋଷଣା କରିଛି । ଜଣେ ଆକ୍ରମଣକାରୀର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ରହିଛି । ଆକ୍ରମଣକାରୀମାନେ ବାପା-ପୁଅ ଥିଲେ । ୫୦ ବର୍ଷୀୟ ସାଜିଦ୍ ଅକ୍ରମ ଓ ୨୪ ବର୍ଷୀୟ ନବୀଦ ଅକ୍ରମ । ଘଟଣାସ୍ଥଳରୁ ସାଜିଦ ନାଁରେ ପଞ୍ଜିକୃତ ଥିବା ୬ଟି ବନ୍ଧୁକ ଜବତ କରାଯାଇଛି । ଯାହା ଏହି ଆକ୍ରମଣରେ ବ୍ୟବହୃତ ହୋଇଥିଲା ।

ସିଡନୀ କର୍ତ୍ତୃପକ୍ଷ ଏହାକୁ ଏକ ଉଦ୍ଦେଶ୍ୟମୂଳକ ୟିହୁଦୀ-ବିରୋଧୀ ଆତଙ୍କବାଦୀ ଘଟଣା ବୋଲି ଘୋଷଣା କରିଛନ୍ତି । ୧୯୯୬ ମସିହା ପରେ ଏହା ଅଷ୍ଟ୍ରେଲିଆର ସବୁଠାରୁ ଭୟଙ୍କର ଗଣହତ୍ୟା । ନିକଟରେ ଥିବା ଏକ ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ ମିଳିଥିଲା । ଯାହାକୁ ବୋମା ନିଷ୍କ୍ରିୟକାରୀ ଦଳ ସୁରକ୍ଷିତ ଭାବେ ନିଷ୍କ୍ରିୟ କରିଥିଲେ । ଜଣେ ସାଧାରଣ ନାଗରିକ ସାହସିକତା ଦେଖାଇ ଜଣେ ବନ୍ଧୁକଧାରୀକୁ କାବୁ କରି ନେଇଥିଲେ ଏବଂ ତାଙ୍କ ହାତରୁ ବନ୍ଧୁକ ଛଡ଼ାଇ ନେଇଥିଲେ । ସେ ହିଁ ଏହି ଅପରେସନର ହିରୋ ପାଲଟିଛନ୍ତି । ଏହି ବର୍ବର ଆକ୍ରମଣରେ ପୋଲିସ ଅଧିକାରୀଙ୍କ ସମେତ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସିଡନୀ ପୋଲିସର ସୂଚନା ଅନୁଯାୟୀ, ପୀଡିତଙ୍କ ବୟସ ୧୦ ରୁ ୮୭ ବର୍ଷ ମଧ୍ୟରେ ଥିଲା, ଯେଉଁଥିରେ ପିଲା, ମହିଳା ଏବଂ ବୃଦ୍ଧ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି । ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଏହାକୁ ନିନ୍ଦା କରିଛନ୍ତି । ଜଣେ ଆକ୍ରମଣକାରୀର IS ସେଲ୍ ସହିତ ସମ୍ପର୍କ ଥିବା ନେଇ ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ଥିଲା ।

ବୋଣ୍ଡି ବିଚ୍ ରେ ଉତ୍ସବ ଚାଲିଥିବା ବେଳେ ଆକ୍ରମଣ ହୋଇଥିଲା । ପ୍ରାୟ ୧୦ ମିନିଟ ଧରି ଆକ୍ରମଣ ହୋଇଥିଲା । ଇହୁଦୀ ପର୍ବ ପାଳନ କରିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ । ସେହି ସମୟରେ ସିଡନୀର ବଣ୍ଡି ବିଚରେ ୨ ଜଣ ବନ୍ଧୁକଧାରୀ ଆଖିବୁଜା ଫାୟାରିଂ କରିଥିଲେ । ୨ ବନ୍ଧୁକଧାରୀ ପ୍ରାୟ ୫୦ ରାଉଣ୍ଡ ଗୁଳି ଫୁଟାଇଥିଲେ । ତେଣୁ ଭୟରେ ଲୋକମାନେ ବେଳାଭୂମିରୁ ଦୌଡ଼ିବାକୁ ଆରମ୍ଭ କରିଥିଲେ ।

ଲୋକମାନଙ୍କୁ ସେହି ସ୍ଥାନୀୟ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି କର୍ତ୍ତୃପକ୍ଷ । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି । ଏହା ବ୍ୟତୀତ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଅଷ୍ଟ୍ରେଲିଆରେ ଶୋକାକୁଳ ପରିବେଶ  ରହିଛି, ୟିହୂଦୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme