କାମାକ୍ଷାନଗର ଉପଖଣ୍ଡ ଭୁବନ ରେଞ୍ଜ ଭୁଷଳ ଛକ( NHAI 53 ) ଠାରେ ଅଜଣା ଗାଡି ଧକ୍କାରେ ଏକ ବଡ ଭାଲୁ ମୃତ। ବନବିଭାଗ ପକ୍ଷରୁ ପ୍ରକାଶ ଏହି ବନାଞ୍ଚଳ ଅଧିନ ଭର୍ତ୍ତି ପାହାଡ ଜଙ୍ଗଲରୁ ଭାଲୁଟି ପାଣି ପିଇବା ପାଇଁ ଜାତୀୟ ରାଜପଥ ୫୩ ପାର ହେଉଥିବା ସମୟରେ ଥାନା ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ତେବେ ମୃତ ଭାଲୁଟିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି।
