
ନିଆଁ ଲାଗି ଜଳିଗଲା ଧାନଗଦା। ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ । ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରରେ ଠାକୁରାଣୀ ମନ୍ଦିର ପଛପଟେ ରହିଥିବା ଧାନଗଦାରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା। ମଧ୍ୟ ରାତ୍ର ସମୟ ହୋଇଥିବା ଯୋଗୁଁ କେହି ଜାଣି ପାରିନଥିଲା । ସକାଳେ ଧାନଗଦାରେ ନିଆଁ ଲାଗିଥିବା ଦେଖି ଚାଷୀମାନେ ସୋରଡ଼ା ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମବାହିନୀ ଆସି ନିଆଁ ଲିଭାଇ ଥିଲେ । ନିଆଁ ଲାଗିବା ବିଳମ୍ବରେ ଜଣାପଡିଥିବା ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇଯାଇଛି । ୧୩ ଜଣ ଚାଷୀଙ୍କ ୧୫ ଏକର ଚାଷ ଜମିରୁ ଅମଳ ହୋଇଥିବା ଧାନ ଫସଲ ପୋଡ଼ି ନଷ୍ଟ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।
