Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍, ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ

Posted on December 14, 2025

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ । ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ଭଦ୍ରକରୁ ଦୁଇ ଜଣ ମୋବାଇଲ ଦୋକାନୀଙ୍କୁ ଦିଲ୍ଲୀ ସାହିନବାଗ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ଭଦ୍ରକର ଭଣ୍ଡାରିପୋଖରୀ ଓ ବନ୍ତ ଥାନା ଅଞ୍ଚଳରୁ ଦୁଇ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ ଦେକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ବନ୍ତ ଥାନା ତରାଗୋ ଅଞ୍ଚଳର ତାଙ୍କ ସହଯୋଗୀ ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୋଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା ।

ପରେ ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ରିମାଣ୍ଡରେ ନେଇ ଯାଇଥିବା ସୂଚନା ମିଳିଛି । ଏମାନଙ୍କ ଦୋକାନକୁ ନୂଆ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ ଆକ୍ଟିଭ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ । ଅନ୍ୟ ଆକ୍ଟିଭ ସିମକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରୁଥିଲେ । ଏହି ସିମ କାର୍ଡ ଗୁଡ଼ିକ ଅପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିଲା । ଦିଲ୍ଲୀ ସାହିନବାଗ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ସନ୍ତୋଷ ଠାରୁ ବିକ୍ରି ହୋଇଥିବା ବେଆଇନ ସିମକାର୍ଡ ଜବତ ହୋଇଛି। ଉଭୟଙ୍କ ଆକାଉଣ୍ଟରେ ବିପୁଳ ଟଙ୍କା କାରବାର ହୋଇଥବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme