Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ିକୁ ଛୁଟିଲେଣି ପର୍ଯ୍ୟଟକ

Posted on December 13, 2025

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଛୁଟିଲେଣି ପର୍ଯ୍ୟଟକ। ଶୀତର ମଜା ନେଇ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ପର୍ଯ୍ୟଟକ। ଏଠାକୁ ଯିବାକୁ ହେଲେ ସୋରଡ଼ା ଆସି ଗାଜଲବାଡ଼ି ଦେଇ ଦାରିଙ୍ଗବାଡି ଯିବାକୁ ପଡ଼େ। ୪୭ କିମି ରାସ୍ତାରୁ ପ୍ରାୟ ୨୫ କିମି ଅଣଓସାରିଆ ରାସ୍ତାରେ ଅଙ୍କାବଙ୍କା ଘାଟିରେ ବିପଦପୂର୍ଣ୍ଣ ଆବସ୍ଥାରେ ଯିବାକୁ ପଡେ। ତେବେ ଗାଜଲବାଡି ଠାରୁ ଉକ୍ତ ଘାଟି ସମ୍ପ୍ରସାରଣ ପାଇଁ କେନ୍ଦ୍ରରୁ ଅର୍ଥ ବରାଦ ହୋଇଥିଲେ ମଧ୍ୟ କାର୍ଯ୍ୟ ବିଳମ୍ବକୁ ନେଇ ଅସନ୍ତୋଷ ବଢିଛି। ଆସନ୍ତା ୧୭ରେ ୫୯ନଂ ରାଜପଥ ଅବରୋଧ କରି ବିଜେଡି ବିକ୍ଷୋଭ କରିବା ପାଇଁ ସଜବାଜ ହେଉଛି। ଏନେଇ ପ୍ରେସମିଟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ସୂଚନା ଦେଇଛନ୍ତି। 

ମୁଖ୍ୟ କଥା ହେଲା ସୋରଡ଼ାରୁ ଦାରିଙ୍ଗବାଡି ୪୭ କିମି ମଧ୍ୟରୁ କେବଳ ୨୦ କିମି ପିପଳ ପଙ୍କା ପର୍ଯ୍ୟନ୍ତ ସୁଦୃଢ ରାସ୍ତା ନିର୍ମାଣ ହୋଇଛି। ଅବଶିଷ୍ଟ ୨୫ ରୁ ୨୭ କିମି ଘାଟି ରାସ୍ତାକୁ ଦୁଇ ଥାକିଆ କରାଗଲେ ଦୁର୍ଘଟଣାକୁ ଏଡାଇ ହବ ବୋଲି କୁହାଯାଇଛି। ପ୍ରତିଦିନ ଏହି ରାସ୍ତାରେ ଭିଡ ରହୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହେଉଛି। 

ସେପଟେ ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଅଞ୍ଚଳବାସୀ ଅସମ୍ଭାଳ ଜାଡ଼ରେ କଲବଲ ହେଉଛନ୍ତି। ସନ୍ଧ୍ୟା ନଇଁ ଆସିବା ପରଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଅସହ୍ୟ ଜାଡ଼ ଅସ୍ତବ୍ୟସ୍ତ କରି ପକାଉଛି। ଦାରିଙ୍ଗବାଡି ନିକଟ ହୋଇଥିବାରୁ ଘାଟି ତଳ ସହର ହିସାବରେ ସୋରଡ଼ାରେ ଭିଡ଼ ଜମୁଛି। ଶ୍ରମିକ ହୁଅନ୍ତୁ କି ସରକାରୀ ଓ ବେସରକାରୀ କର୍ମଚାରୀ ସଠିକ ସମୟରେ ନିଜ କାମଧନ୍ଦା ପାଇଁ ପହଞ୍ଚିବା କଷ୍ଟକର ହୋଇପଡିଛି। ଏବେ ଖରା ଓ ନିଆଁ ଅଧିକା ଜରୁରୀ ହୋଇପଡିଛି। କାମଧନ୍ଦା ନଥିଲେ ସକାଳ ସମୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ସନ୍ଧ୍ୟା ହେବାକ୍ଷଣି ରାସ୍ତାଘାଟ, ବଜାର ଜନଶୂନ୍ୟ ହୋଇପଡୁଛି। ଗାଁ ଦାଣ୍ଡ ଖାଁ ଖାଁ ହୋଇଯାଉଛି । ସେହିପରି ଆଭ୍ୟନ୍ତରୀଣ ଅଞ୍ଚଳରେ ଲୋକମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ବୃଦ୍ଧାବୃଦ୍ଧଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme