Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୀତ ଯେତେ ବଢୁଛି, ପରିବା ଦର ସେତେ ବଢୁଛି

Posted on December 13, 2025

ସାଧାରଣତଃ ଶୀତ ବଢିବା ସହିତ ପରିବା ପତ୍ରର ଦରଦାମ କମି ଯାଇଥାଏ । ଏ ବର୍ଷ ଶୀତ ଯେତିକି ବଢୁଛି ତା ସହ ତାଳ ଦେଇ ତେଜରାତି ସାଙ୍ଗକୁ ପନିପରିବା ବଜାରରେ ଲାଗି ରହିଥିବା ଦରବୃଦ୍ଧି ଲୋକଙ୍କୁ ଡରାଇବାରେ ଲାଗିଛି । ପାଞ୍ଚଶହ ଟଙ୍କାରେ ବି ସାଧାରଣ ଲୋକଙ୍କ ପରିବା ବ୍ୟାଗ ଭରୁ ନଥିବା ବେଳେ ଗୃହିଣୀଙ୍କୁ ରୋଷେଇ ଘର ଅସ୍ତବ୍ୟସ୍ତ କରି ପକାଇଲାଣି । କେନ୍ଦୁଝରରେ କୌଣସି ଶୀତଳ ଭଣ୍ଡାର ନଥିବାରୁ ବ୍ୟବସାୟୀଙ୍କୁ ପନିପରିବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଚାଷୀ ଏବେ ଧାନ ଅମଳ ଓ ବିକ୍ରୟ ପାଇଁ ମଣ୍ଡି ସନ୍ଧାନ କାମରେ ବ୍ୟସ୍ତ ଥିବାବେଳେ ଲାଗିରହିଥିବା ଶୀତ ଓ କୁହୁଡ଼ି ଯୋଗୁ ସ୍ଥାନୀୟ ପରିବାଚାଷୀଙ୍କ ଜମିରୁ ପରିବା, ଲୋକଙ୍କ ଆବଶ୍ୟକ ଅନୁସାରେ ବଜାରକୁ ଆସୁନାହିଁ । ପରିବା ବ୍ୟବସାୟୀ ବଜାରକୁ ଆଣୁଥିବା ପନିପରିବା ସଙ୍ଗେ ସଙ୍ଗେ ଶେଷ ହୋଇଯାଉଥିବାରୁ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ବଜାରରେ ପରିବାର ଅଭାବ ପରିଲକ୍ଷିତ ହେଉଛି । ଏହି ସୁଯୋଗରେ ବ୍ୟବସାୟୀ ଦରବୃଦ୍ଧି କରି ମାଲେମାଲ ହେଉଛନ୍ତି ।

ଅନ୍ୟପକ୍ଷେ ଦରବୃଦ୍ଧି ପାଇଁ ଚାଷୀମାନଙ୍କଠାରୁ ଲୋକେ ପରିବା କିଣିବା କମାଇ ଦେଲେଣି । ବଜାରରୁ ପରିବା କିଣିଲେ ହଜାର ଟଙ୍କାରେ ବି ବ୍ୟାଗ ପୁରିବାତ ଦୂରର କଥା ଅଧା ହେଉନାହିଁ । ପୂର୍ବରୁ କୋଡିଏ ଟଙ୍କାରେ ୪ଟି କଞ୍ଚା କଦଳୀ ମିଳୁଥିବା ଏବେ କିଲୋ ୧୬୦ ଟଙ୍କାରେ ବିକ୍ରି ହେଉଛି । ଆଉ ଭାତ ସହ ଡାଲିଟେ କି ଆଳୁଟେ କରି ଖାଉଥିବା ଗରିବ ଗୁରୁବା ଏବେ ତେନ୍ତୁଳି କି ଆମ୍ବୁଲ ଦଳି ଖାଇବା ପାଇଁ ବାଧ୍ୟ ହେଉଛନ୍ତି । ପନିପରିବା ଦର ଖାଉଟିଙ୍କୁ ନରଣପୁର ପରିବା ବଜାର ଭିତରକୁ ନ ପଶିବା ପାଇଁ ବାଧ୍ୟ କରୁଛି । ପରିବା ବ୍ୟବସାୟୀ ଓ ଚାଷୀ ଆଉ କିଲୋ ପ୍ରତି ଦର ନ କହି ଗ୍ରାହକଙ୍କୁ କମ୍ ଶୁଭିବ ବୋଲି ଅଢେଇ ଶହକୁ ୩୦ ଟଙ୍କା କହୁଛନ୍ତି । ଶସ୍ତାରେ ପରିବା ମିଳେ ବୋଲି ନାଁ କରିଥିବା ନରଣପୁର ପରିବା ବଜାରରେ ଏବେ ବାଇଗଣ ୮୦ ରୁ ୧୦୦, ବିଲାତି ୧୦୦, ଗାଜର ୮୦ ରୁ ୧୦୦, ବିଟ ୧୦୦, ଶାଗ ୨୦ ଟଙ୍କାରେ ତିନି ବିଡା, ପୋଟଳ ୮୦ ରୁ ୧୦୦, ଭେଣ୍ଡି ୮୦, ଅମୃତଭଣ୍ଡା ୫୦, ଝୁଡଙ୍ଗ ୮୦, ଭେଣ୍ଡି ୮୦, କ୍ୟାପିସିକମ ୨୦୦, ବନ୍ଧାକୋବି ୬୦, ଫୁଲ କୋବି ୧୦୦, ଲଙ୍କା ୨୦୦, ଛୁଇଁ ୨୪୦, ରୁମାଛୁଇଁ ୮୦ଟଙ୍କା, ଜହ୍ନି ୮୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ତେଜରାତି ସାମଗ୍ରୀ ଗୁଡିକରେ ମଧ୍ୟ ମହଙ୍ଗା ମାଡ଼ ହୋଇଛି । ଏବେ ବଜାରକୁ ଆବଶ୍ୟକତା ଠାରୁ କମ୍ ପରିବା ଆସୁଥିବା ବି ଦରବୃଦ୍ଧିର ଅନ୍ୟ ଏକ କାରଣ ବୋଲି ବ୍ୟବସାୟୀ କହୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme