Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଜେପି ସରକାରରେ ନାରୀ ଅସୁରକ୍ଷିତ

Posted on December 13, 2025

ବିଜେପି ସରକାରରେ ନାରୀ ଅସୁରକ୍ଷିତ । ମାଲକାନଗିରି ଜିଲ୍ଲା ଏବେ ମହିଳାଙ୍କ ହତ୍ଯାକୁ ନେଇ ଅଶାନ୍ତ। ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ। ଶାସକ ଦଳର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବିଧାନସଭା ଗୃହ ଭିତରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଲେ। ହେଲେ ଏ ପର୍ଯ୍ଯନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ଆଜି ରାଜ୍ଯପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ବିଜେଡି। ପୂର୍ବରୁ ବିଜେଡି ନାରି ନେତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ। ଅନ୍ୟ ରାଜ୍ୟରେ ଏଭଳି ଅପରାଧ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସନ୍ତୋଷ ଖଟୁଆଙ୍କ ବିରୋଧରେ ଓଡ଼ିଶା ବିଧାନସଭାରେ ଏଥିକ୍ସ କମିଟି ନିକଟରେ ଅଭିଯୋଗ କରାଯାଇଥିଲା। ହେଲେ କୌଣସି ଉତ୍ତର ମିଳିନି। ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ହେଲେ ସରକାର ବେଫିକର ରହିଛନ୍ତି। ସରକାରଙ୍କ ମାଳ ମାଳ ବିଫଳତା ଦର୍ଶାଇ ରାଜ୍ୟପାଳଙ୍କୁ ଫେରାଦ କରିଛି ବିଜେଡି।

ବିଜେପି କ୍ଷମତାକୁ ଆସିବା ପରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଥିବା ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ସରକାର। ୨୦୨୪ ଜୁଲାଇରୁ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଭିନ୍ନ ଅପରାଧରେ ଶିକାର ହୋଇଛନ୍ତି ମହିଳା । ୩ ହଜାର ୨୦୫ଟି ଦୁଷ୍କର୍ମ ମାମଲା, ୨୦୨ ଦୁଷ୍କର୍ମ ଉଦ୍ୟମ, ୪୪୦ଟି ମାମଲାରେ ବିବାହ ପ୍ରତିଶୃତି ଦେଇ ଯୌନ ଶୋଷଣ କରାଯାଇଛି। ସେହିପରି ମହିଳାଙ୍କ ପ୍ରତି ଅସଦାଚରଣ ଶିକାରରେ ୯ ହଜାର ୮୫୧ଟି ମାମଲା। ୧୪୭୬ ଯୌନ ନିର୍ଯାତନା ମାମଲା, ସର୍ବସାଧାରଣରେ ମହିଳା ଅସଦାଚରଣରେ ୨୩୧୦ଟି ମାମଲଲା ପଞ୍ଜୀକୃତ ହୋଇଛି। ରାଜ୍ୟରେ ଅପହରଣ ଓ ରାହଜାନୀ ମଧ୍ୟ ବଢି ଚାଲିଛି। ୮ ହଜାର ୮୬୩ ମହିଲା ଅପହରଣ, ୫୮୬୧ଟି ଯୌତୁକ ନିର୍ଯାତନା, ଯୌତୁକ ଜନିତ ଆତ୍ମହତ୍ୟା ମାମଲା ୪୯ ଥିବା ବେଳେ, ୬ ହଜାର ୭୭୩ ଶୋଷଣ ମାମଲା ଦରଜ ହୋଇଛି। ଏସିଡ ଆକ୍ରମଣରେ ମହିଳା ଶିକାର ହୋଇଥିବା ୪ଟି ମାମଲା ରୁଜୁ ହୋଇଛି।

ବିଜେପି ସରକାର ଆସିବାର କିଛି ଦିନରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ପୁରୀ ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଥିଲେ। ହେଲେ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଶୂନ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme