Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପବିତ୍ର ଦଶହରାରେ ଭୁବନରେ ଅନୁଷ୍ଠିତ ହେଲା ଐତିହାସିକ ବଳଦ ଯାତ୍ରା…

Posted on October 3, 2025

ଢେଙ୍କାନାଳ ଜିଲ୍ଲା ଭୁଵନରେ ଗୁରୁବାର ଦିନ ଐତିହାସିକ ବଳଦ ଯାତ୍ରା ତୃତୀୟ ଦେବ ଜୀଉ ଜଗନ୍ନାଥ ମନ୍ଦିରରୁ ଶୁଭାରମ୍ଭ ହୋଇଛି । ପବିତ୍ର ଦଶରା ଅବସରରେ ଭୁବନରେ ପାରମ୍ପରିକ ବଳଦଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ। ଯାତ୍ରାରେ ଥୋରିଆ , ବଣିଆ ଓ କାଚରା ସଂପ୍ରଦାୟର ଲୋକମାନେ ନିଜ ନିଜର କୌଳିକ ବୃତ୍ତିକୁ ନେଇ ଅନୁକୂଳ ପର୍ବ ପାଳନ କରିଛନ୍ତି। ସେହିପରି ଅନ୍ୟ ସଂପ୍ରଦାୟର ଲୋକମାନେ ଯାତ୍ରାରେ ମଧ୍ୟ ସାମିଲ ହୋଇ ଯାତ୍ରାକୁ ସରସ ସୁନ୍ଦର କରୁଛନ୍ତି। ବିଶେଷ କରି ଥୋରିଆ ସଂପ୍ରଦାୟର ଲୋକମାନେ ମା ବଣିଜାରୀଙ୍କୁ ପୂଜାର୍ଚ୍ଚନା କରିବା ପରେ ବଳଦକୁ ସୁସଜ୍ଜିତ କରି ବାଜାର ତାଳେତାଳେ ପରମ୍ପରା ରକ୍ଷାକରି ଦେବାଦେବୀଙ୍କୁ ଦର୍ଶନ କରି ସହର ପରିକ୍ରମା କରିଛନ୍ତି । ଯାତ୍ରା ଶେଷରେ ଜଗନ୍ନାଥଙ୍କୁ ଦର୍ଶନ କରି ଗୁଜୁରିହାଟରେ ଲୁଣ ମାପିବା ପରେ ଘରକୁ ଫେରିବା ର ପରମ୍ପରା ରହିଛି ।

ତେବେ ଭୁବନର ଅନ୍ୟ ସମ୍ପ୍ରଦାୟର ଲୋକମାନେ ୩୨ଟି ବଳଦ ଓ ଷଣ୍ଢ ସାମିଲ ହୋଇଛନ୍ତି । ଦ୍ବିତୀୟ ଦିନ ଭଷାଣି ଯାତ୍ରା ପାଇଁ ରଘୁନାଥଜିଉ ଙ୍କ ମନ୍ଦିର ରେ ପ୍ରତ୍ୟେକ ପାଟକଙ୍କୁ ଝଣ୍ଡାମାଳ ଦେଇ ନିମନ୍ତ୍ରଣ କରାଯିବା ପାଇଁ ବିଧି ରହିଛି । ଭାଇଚାରାର ଏହି ପର୍ବରେ ସମସ୍ତ ସଂପ୍ରଦାୟର ଲୋକମାନଙ୍କୁ ଯାତ୍ରାରୁ ଫେରି ଗୁରୁଜନ ମାନଙ୍କୁ ସମ୍ମାନ କରି ଅନୁକୂଳ ଯାତ୍ରାରେ ସମାପନ କରିଥାନ୍ତି। ସେହିପରି ଏହି ଅବସରରେ କାଚରା ସଂପ୍ରଦାୟର ଲୋକମାନେ ପ୍ରଶାସନିକ ଅଧିକାରୀ ଓ ଶାନ୍ତିିକମିଟିର ସଦସ୍ୟ ମାନଙ୍କୁ ଜଗନ୍ନାଥ ମନ୍ଦିର ନିକଟରେ ସଂବର୍ଦ୍ଧିତ କରିଥିବା ବେଳ ଜଗନ୍ନାଥ ଙ୍କ ମନ୍ଦିର ରେ ପରମ୍ପରା ରକ୍ଷାକରି କଂସାବାସନ ଓଜନ କରଥାନ୍ତି। ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସମାପନ ହେବ ବୋଲି ସମସ୍ତ ପ୍ରଶାସନିକ ଅଧିକାରୀ ଓ ଶାନ୍ତିକମିଟ ସଦସ୍ୟ ମାନେ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme