Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାସ୍ତାକଡ଼ରୁ ଶିଶୁର ମୃତଦେହ ଉଦ୍ଧାର ; ତଦନ୍ତ ଆରମ୍ଭ କଲା ପୁଲିସ

Posted on December 13, 2025

ଶିଳ୍ପନଗରୀ ଝାରସୁଗୁଡ଼ାରେ ପୁଣି ଥରେ ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ସହରର ଜନଗହଳିପୂର୍ଣ୍ଣ ମଙ୍ଗଳବଜାର ଅଞ୍ଚଳରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ମଙ୍ଗଳବଜାର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ଏକ ଧଳା କପଡ଼ାରେ ଗୁଡ଼ା ହୋଇଥିବା କିଛି ବସ୍ତୁ ପଡିଥିବାର ଦେଖିବାକୁ ପାଇଥିଲେ । ସନ୍ଦେହ ହେବାରୁ ପାଖକୁ ଯାଇ ଦେଖିବା ବେଳକୁ ତାହା ଏକ ଶିଶୁର ମୃତଦେହ ବୋଲି ଜଣାପଡିଥିଲା । ଶିଶୁଟିର ଶରୀର ଗଠନରୁ ଏହା ଏକ ଅପରିପକ୍ୱ ଭ୍ରୂଣ ବୋଲି ଅନୁମାନ କରାଯାଉଛି । ସମ୍ଭବତଃ ଗର୍ଭାବସ୍ଥାର ୪ରୁ ୫ ମାସ ମଧ୍ୟରେ ହିଁ ଏହାର ଅପରିପକ୍ୱ ପ୍ରସବ କିମ୍ବା ଗର୍ଭପାତ କରାଯାଇ, କେହି ଏହାକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଝାରସୁଗୁଡ଼ା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଏବଂ କିଏ ଏହି ଶିଶୁଟିକୁ ଏଭଳି ଅବସ୍ଥାରେ ଫିଙ୍ଗି ଦେଇଗଲା, ସେ ନେଇ ପୁଲିସ ତନାଘନା ଚଳାଇଛି । ମଙ୍ଗଳବଜାର ଅଞ୍ଚଳରେ ଏଭଳି ଘଟଣା ନୂଆ ନୁହେଁ । ପ୍ରାୟ ୫ ମାସ ତଳେ ମଧ୍ୟ ଠିକ୍ ଏହି ଅଞ୍ଚଳର ଏକ ଅଳିଆ ଗଦାରୁ ଜଣେ ନବଜାତ ଶିଶୁପୁତ୍ରକୁ କେହି ଫିଙ୍ଗି ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବାରମ୍ବାର ଏଭଳି ହୃଦୟବିଦାରକ ଘଟଣା ଘଟୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme