Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରତରେ କୋହ୍ଲାପୁରୀ ଜୋତା ତିଆରି କରିବ ପ୍ରାଦା

Posted on December 13, 2025

ଭାରତର ପାରମ୍ପରିକ ଜୋତା ଦ୍ୱାରା ଅନୁପ୍ରାଣିତ ହୋଇ ଇଟାଲୀୟ କମ୍ପାନୀ ପ୍ରାଦା ଭାରତୀୟ କାରିଗରମାନଙ୍କ ସହ ଏକାଠି ୨,୦୦୦ ହଳ କୋହ୍ଲାପୁରୀ ଚପଲ ତିଆରି କରିବାକୁ ଯାଉଛି। ପ୍ରତି ହଳ ଚପଲ ଦାମ୍‌ ୮୦୦ ୟୁରୋ ବା ୯୩୦ ଡଲାର ରହିବ ବୋଲି ପ୍ରାଦାର ବରିଷ୍ଠ କାର୍ଯ୍ୟନିର୍ବାହୀ ଲୋରେଞ୍ଜୋ ବେର୍ଟେଲି କହିଛନ୍ତି। ପୂର୍ବରୁ ଏହି କମ୍ପାନୀ ବିନା ଅନୁମତିରେ ପାରମ୍ପରିକ କୋହ୍ଲାପୁରୀ ଚପଲ ଡିଜାଇନ୍‌କୁ ନକଲ କରି ସମାଲୋଚିତ ହୋଇଥିଲା। ଏବେ କମ୍ପାନୀ ସେହି ସମାଲୋଚନାକୁ ଭାରତୀୟ କାରିଗରଙ୍କ ସହିତ ସହଯୋଗରେ ବଦଳାଇବାକୁ ଯାଉଛି। ମହାରାଷ୍ଟ୍ର ଏବଂ କର୍ନାଟକରେ ଏହି ଚପଲ ତିଆରି ହେବ। ପାରମ୍ପରିକ ଭାରତୀୟ ଦକ୍ଷତାକୁ ଇଟାଲୀୟ ଉତ୍ପାଦନ ପ୍ରଯୁକ୍ତି ସହ ମିଶାଇବା ଚିନ୍ତାଧାରା ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେର୍ଟେଲି କହିଛନ୍ତି। ୨୦୨୬ ଫେବୃଆରୀରେ ପ୍ରାଦାର ଦେଶବ୍ୟାପୀ ରହିଥିବା ୪୦ଟି ଷ୍ଟୋର ସମେତ ଅନ୍‌ଲାଇନରେ ଏହି ଜୋତା ବିକ୍ରି ପାଇଁ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ୬ ମାସ ପୂର୍ବରୁ ପ୍ରାଦା ମିଲନରେ ପ୍ରଦର୍ଶିତ କରିଥିବା ଚପଲ କୋହ୍ଲାପୁରୀ ଚପଲ ଭଳି ଦେଖାଯାଉଥିବାରୁ ଏହାକୁ ନେଇ କମ୍ପାନୀ ସମାଲୋଚିତ ହୋଇଥିଲା। ଏହି ଫଟୋ ଅନ୍‌ଲାଇନରେ ପ୍ରସାରିତ ହେବା ପରେ ଭାରତରେ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ପୁରାତନ ଷ୍ଟାଇଲ୍‌ରୁ ଏହି ଡିଜାଇନ୍‌ ଅଣାଯାଇଥିବା ପ୍ରାଦା ସ୍ବୀକାର କରିଥିଲା। ଏବେ କମ୍ପାନୀ ଭାରତରେ ଚପଲ ତିଆରି ପାଇଁ ୨ଟି ସରକାରୀ ସମର୍ଥତ୍ତ ସଂସ୍ଥା ମହାରାଷ୍ଟ୍ରର ଲିଡକମ୍‌ ଏବଂ କର୍ନାଟକର ଲିଡ୍‌କର ସହ ଚୁକ୍ତି ସ୍ବାକ୍ଷର କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme