Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଦଳିଲା ମନରେଗା ଯୋଜନା ନାଁ, ନୂଆ ନାମ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’

Posted on December 13, 2025

ଉପା ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ମନରେଗା) ନାମକୁ ମୋଦୀ ସରକାର ବଦଳାଇ ଦେଇଛନ୍ତି। ଏହାର ନୂଆ ନାମ ରଖାଯାଇଛି ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’। ଏହି ଯୋଜନାରେ ବର୍ଷକୁ ଦିଆଯାଉଥିବା ସର୍ବନିମ୍ନ ଗ୍ୟାରେଣ୍ଟି କାର୍ଯ୍ୟ ଦିବସକୁ ୧୨୫କୁ ବୃଦ୍ଧି କରାଯାଇଛି। ଦୈନିକ ମଜୁରି ମଧ୍ୟ ୨୪୦ ଟଙ୍କାକୁ ବୃଦ୍ଧି ପାଇଛି। ମନରେଗା ନାମ ପରିବର୍ତ୍ତନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମଞ୍ଜୁର କରାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ଅମଳରେ ୨୦୦୫ରେ ‘ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ନିୟମ ୨୦୦୫’ ଭାବେ ଏହି ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ତାହା ‘ନରେଗା’ ନାମରେ ପରିଚିତ ଥିଲା। ପରବର୍ତ୍ତୀ ସମ‌ୟରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ାଯିବା ପରେ ତାହା ‘ମନରେଗା’ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି ଗରିବ ପରିବାରର ସଦସ୍ୟଙ୍କୁ ବର୍ଷକୁ ନିଶ୍ଚିତ ୧୦୦ ଦିନର କାମ ଦେବା ଲକ୍ଷ୍ୟ ନେଇ ଏହି ‌ଯୋଜନା ଆରମ୍ଭ ହୋଇଛି। ଗତ କିଛି ବର୍ଷ ମଧ୍ୟ‌ରେ ଯେଉଁ କିଛି ଯୋଜନା ବେଶ୍ ପ୍ରଭାବଶାଳୀ ଓ ଲୋକପ୍ରିୟ ହୋଇଥିଲା, ସେଥିରୁ ମନରେଗା ହେଉଛି ଗୋଟିଏ। ୨୦୨୦ରେ କରୋନା ମହାମାରୀ ବ୍ୟାପିବା ସମୟରେ ଏହି ଯୋଜନାର ପ୍ରକୃତ ଲାଭ ଜଣାପଡ଼ିଥିଲା। ‌ଘରଠାରୁ ବାହାରେ ରହି କାମ କରୁଥିବା ଲୋକମାନେ ନିଜ ଜୀବିକା ହରାଇବା ପରେ ନିଜ ଗାଁ ଓ ଘରମୁହାଁ ହୋଇଥିଲେ। ସେଭଳି କୋଟି କୋଟି ଲୋକଙ୍କୁ ସେହି ସମୟରେ ମନରେଗା ସହାୟକ ହୋଇଥିଲା। ଉକ୍ତ ଯୋଜନା ଅଧୀନରେ ଅନେକ ଲୋକଙ୍କୁ କର୍ମନିଯୁକ୍ତି ଦିଆଯାଇପାରିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme