Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସରିଲା ଶାରଦୀୟ ଦୁର୍ଗାପୂଜା; ମେଲାଣି ନେବେ ମା’ ଜଗତଜନନୀ, ଟ୍ବିନ୍ ସିଟିରେ କଡ଼ା ସୁରକ୍ଷାରେ ଭସାଣି

Posted on October 3, 2025

ସରିଲା ଶରଦୀୟ ଦୁର୍ଗାପୂଜା । ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା ବଳୟ ଭିତରେ ହେବ ମା’ଙ୍କ ଭସାଣ ଉତ୍ସବ ହେବ । ରାଜଧାନୀ ଭୁବନେଶ୍ବର ସମସ୍ତ ମେଢ଼କୁ କୁଆଖାଇ, ବାସୁଆଘାଇ ଏବଂ ଦୟାନଦୀ କୂଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯିବ । ଏନେଉ କୁଆଖାଇ ନଦୀକୂଳରେ ୨ଟି ଏବଂ ଟଙ୍କପାଣି ବାସୁଆଘାଇ ଓ ଦୟାନଦୀ କୂଳେ ଗୋଟିଏ ଲେଖାଏଁ ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ଅସ୍ଥାୟୀ ପୋଖରୀକୁ ବିଏମସି ପକ୍ଷରୁ ନିର୍ମାଣ କରାଯାଇଛି ।

କୁଆଖାଇର ପାଣ୍ଡରା ଆଡ଼କୁ ଗୋଟିଏ ପୋଖରୀ କରାଯାଇଥିବା ବେଳେ ଆଉ ଗୋଟିଏ ପୋଖରୀ ହଂସପାଳ ଦିଗରେ କରାଯାଇଛି । ପାଣ୍ଡରା ପାଶ୍ୱର୍ର ପୋଖରୀର ୫୭ ମିଟର ଦୀର୍ଘ ୩୦ ମିଟର ପ୍ରଶସ୍ତ ହୋଇ ଏହା ୫ ମିଟର ଗଭୀର ରହିଛି । ହଂସପାଳପାଶ୍ୱର୍ର ପୋଖରୀର ୨୫ ମିଟର ଦୀର୍ଘ ୨୦ ମିଟର ପ୍ରଶସ୍ତ ରହି ଗଭୀରତା ୫ମିଟର ରହିଛି । ଦୟାନଦୀ ବ୍ରିଜ୍‌ ପାଖରେ ହୋଇଥିବା ଜଳାଶୟର ଦୈର୍ଘ୍ୟ ୨୦ମିଟର, ପ୍ରସ୍ତ ୫ମିଟର ଏବଂ ଗଭୀରତା ୫ମିଟର ରହିଛି । କୁଆଖାଇର ଦୁଇପାଶ୍ୱର୍ରେ ଥିବା ପୋଖରୀ ପାଇଁ ୨ଟି ହାଇଡ୍ରୋଲିକ୍‌ କ୍ରେନ୍‌ ଏବଂ ଜେସିବି ରଖାଯାଇଛି । ଠିକ୍ ସେହିପରି ଦୟାନଦୀର ପାଖରେ ହୋଇଥିବା ପୋଖରୀ ଗୁଡିକ ପାଇଁ ଜେସିବି ରଖାଯାଇଛି । ଏହାସହ ୧୦ ହର୍ସପାୱାର (ଏଚପି)ର ପାଣି ପମ୍ପ୍‌ ମଧ୍ୟ ରଖାଯାଇଛି । କୁଆଖାଇ ପଠାରେ ହୋଇଥିବା ଜଳାଶୟରେ ୧୧୦ ମୂର୍ତ୍ତି ବିସର୍ଜନ ହେବାକୁ ଆକଳନ କରାଯାଇଛି । ଦୟାନଦୀ ଏବଂ ଟଙ୍କପାଣି ଠାରେ ରେ ହୋଇଥିବା ଅସ୍ଥାୟୀ ଜଳାଶୟରେ ୮୦ ମୂର୍ତ୍ତି ବିସର୍ଜନ କରାଯିବ । ଦୁର୍ଗାପୂଜାରୁ କାଳୀପୂଜା ପର୍ଯ୍ୟନ୍ତ ଏହି ଅସ୍ଥାୟୀ ପୋଖରୀ ରହିବ ।

ସେପଟେ କଟକରେ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିବ ଡ୍ରୋନ୍ । ଚଳିତ ବର୍ଷ ପ୍ରଥମଥର ପାଇଁ କମିଶନରେଟ୍ ପୁଲିସ୍ ଏପରି ବ୍ୟବସ୍ଥା କରିଛି । ଭସାଣି ରୁଟରେ ନଜର ରଖିବ ମୋଟ୍ ୧୬୦ ଉଚ୍ଚକ୍ଷମତା ବିଶିଷ୍ଟ ସିସିଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସିଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୁଲିସ । ଦଶହରା ସମୟରେ ସହରରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ, ଖାସ୍‌କରି ଭସାଣିର ମୁଖ୍ୟ ରୁଟ୍‌ ଉପରେ ନଜର ରଖିବା ପାଇଁ ପୁଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଏହି କ୍ରମରେ ସହରର ମୁଖ୍ୟ ରାସ୍ତା କୁହାଯାଉଥିବା ଓଏମ୍‌ପି ଛକରୁ ଦେବୀଗଡ଼ା ପର୍ଯ୍ୟନ୍ତ ମୋଟ୍‌ ୧୬୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ନିକଟବର୍ତ୍ତୀ ଥାନାରେ ଏହାକୁ ମନିଟର୍‌ କରାଯାଉଛି । ଅପରାଧୀ ଓ ଅସାମାଜିକ ଯୁବକଙ୍କ ଉପରେ ଅଂକୁଶ ଲଗାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ ସହରର ପ୍ରମୁଖ ଛକ ବା ସ୍ଥାନରେ ସିସିଟିଭି ଲାଗିଛି । ପୁଲିସ ଓ ଘରୋଇ ସଂସ୍ଥା ସହଭାଗିତା ମାଧ୍ୟମରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଯାହାକୁ ପୁଲିସ କଂଟ୍ରୋଲ୍‌ ରୁମ୍‌ରେ ନଜର ରଖାଯାଇଛି ।

ଭସାଣିର ମୁଖ୍ୟ ରୁଟ୍ କୁହାଯାଉଥିବା ଓଏମପି ଛକ ଠାରୁ ଦେବୀଗଡା ପର୍ଯ୍ୟନ୍ତ ରାସ୍ତାରେ ୧୬୦ଟି ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଲଗାଯାଇଛି । ସାଧାରଣତଃ ଏହି ରୁଟରେ ଥିବା ଅଧିକାଂଶ ମଣ୍ଡପରେ ଚାନ୍ଦିମେଢ ଶୋଭା ପାଉଛି । ଏହାବାଦ ପାର୍ବଣ କିଣାକିଣି ପାଇଁ ପ୍ରମୁଖ ଦୋକାନ ବଜାର ସବୁ ଏହି ରୁଟରେ ରହିଛି । ଏହାକୁ ଦୃଷ୍ଟିରେ ରଖି ନୂଆ କ୍ୟାମେରା ଖଞ୍ଜା ଯାଇଛି । ଏହି କ୍ୟାମେରାରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି । କୌଣସି ସ୍ଥାନରେ ଅଘଟଣ ଘଟିଲେ ବି ପୁଲିସକୁ ଆଗୁଆ ସୂଚନା ମିଳିପାରୁଛି । ତେବେ ଏହି କ୍ୟାମେରାର ମୁଖ୍ୟ ଉପଯୋଗ ଭସାଣି ଦିନ ଅର୍ଥାତ୍ ଆଜି ହେବ ବୋଲି ପୁଲିସ କହିଛି । ଭସାଣି ସମୟରେ ଦୀର୍ଘ ୧୦ କିଲୋମିଟର ଲମ୍ବ ମେଢ଼ ଓ ଶୋଭାଯାତ୍ର ଲାଗି ରହୁଛି । କୌଣସି କାରଣରୁ ମେଢ ଅଟକିଗଲେ ଦୁଇ ପାଶ୍ୱର୍ ରାସ୍ତାରେ ଯାତାୟତ ଠପ୍ ହୋଇଯିବାର ସମ୍ଭାବନା ରହିଛି ।

ସେହିପରି ପ୍ରଥମ ଥର ପାଇଁ ‘CTC 60’ ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେଶିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍ ।

ପୋଲିସ ପକ୍ଷରୁ ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ଗୋଟିଏ ଥର ପାଇଁ କୁହାଯିବ। ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ୍ କରିବା ସହିତ ମାମଲା ରୁଜୁ କରିବ କମିଶନରେଟ ପୋଲିସ। ଭସାଣିରେ ସହରରେ ନିୟୋଜିତ ହେବେ ମୋଟ ୧୨୫ ପ୍ଲାଟୁନ ପୋଲିସ ଫୋର୍ସ। ଏହା ଭିତରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ଗୁଡ଼ିକ ସହିତ ରହିବେ।

ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ଟି ଏଡ୍ ପୋଷ୍ଟ ରହିବ । ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ସକାଳ ୮ ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡ଼ିକୁ ଅନୁରୋଧ କରାଯାଇଛି । ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme