Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀରେ ଗମ୍ଭୀର ସ୍ଥିତି, ୧୮ଟି ସ୍ଥାନରେ ୪୦୦ପାର୍ କଲା ବାୟୁ ଗୁଣବତ୍ତା

Posted on December 13, 2025

ଦିଲ୍ଲୀରେ ସ୍ଥିତି ଗମ୍ଭୀର। ୧୮ଟି ସ୍ଥାନରେ ୪୦୦ପାର କଲା ବାୟୁ ଗୁଣବତ୍ତା(AQI)। ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି। ଦିଲ୍ଲୀରେ ଶନିବାର ସକାଳ କୁହୁଡ଼ି ସହିତ ଆରମ୍ଭ ହୋଇଥିଲା। କିଛି ଦିନ ହେବ ରାଜଧାନୀର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି। ହେଲେ ଆଜି ଏହା “ଗମ୍ଭୀର” ବର୍ଗରେ ପହଞ୍ଚିଛି, ଯାହା ଲୋକଙ୍କ କଷ୍ଟକୁ ଆହୁରି ବଢ଼ାଇ ଦେଇଛି। ଏହି ସପ୍ତାହର ଆରମ୍ଭରେ AQIରେ ସାମାନ୍ୟ ଉନ୍ନତି ଦେଖାଯାଇଥିଲା, କିନ୍ତୁ ଶନିବାର ସୁଦ୍ଧା ପୁଣି ପ୍ରଦୂଷଣ ବଢ଼ିଛି। ଦିଲ୍ଲୀର AQI ଏବେ ୩୮୭ରେ ପହଞ୍ଚିଛି।

ନିରନ୍ତର ୯ ଦିନ AQI ଅଧିକ ରହିବା ପରେ, ମଙ୍ଗଳବାର ରାଜଧାନୀକୁ ଆଶ୍ୱସ୍ତି ମିଳିଥିଲା। କାରଣ AQI ​​୨୮୨କୁ ହ୍ରାସ ପାଇଥିଲା। ବୁଧବାର ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ସହ AQI ୨୫୯ରେକର୍ଡ କରାଯାଇଥିଲା। କିନ୍ତୁ ଗୁରୁବାର ଏହା ବଢ଼ିବାକୁ ଲାଗିଥିଲା। ଏବେ ଏହା ବଢ଼ି ୩୮୭ରେ ପହଞ୍ଚିଛି। କୁହାଯାଉଛି ଯେ, ଦିଲ୍ଲୀର ୧୮ଟି ସ୍ଥାନରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାବ ହେବା ସହ ୪୦୦ ପାର୍ କରିଯାଇଛି। ବଜିରପୁରରେ AQI ୪୪୩ ଥିବା ବେଳେ ଜାହାଙ୍ଗୀରପୁରୀରେ ୪୩୯, ବିବେକ ବିହାରରେ ୪୩୭, ରୋହିଣୀ ଏବଂ ଆନନ୍ଦ ବିହାରରେ ୪୩୪, ଅଶୋକ ବିହାରରେ ୪୩୧, ସୋନିଆ ବିହାରରେ ୪୨୭, ନରେଲାରେ ୪୨୫, ବାୱାନାରେ ୪୨୪, ନେହେରୁ ନଗରରେ ୪୨୧, ପ୍ରତାପଗଞ୍ଜରେ ୪୧୯, ଆଇଟିଓରେ ୪୧୭, ପଞ୍ଜାବୀ ବାଗରେ ୪୧୬, ମୁଣ୍ଡକାରେ ୪୧୫, ବୁରାରୀରେ ୪୧୩, ଚାନ୍ଦନୀ ଚକଖରେ ୪୧୨ ଏବଂ ଡିୟୁ ଉତ୍ତର କ୍ୟାମ୍ପସ୍‌ରେ ୪୦୧।

ବାୟୁ ଗୁଣବତ୍ତା‌ ଖରାପ ହେବା ସହ ଦିଲ୍ଲୀ ଏବେ କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇ ରହିଛି। ଦୃଶ୍ୟମାନ୍ୟତା କମ୍ ହେବାରୁ ବିମାନ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ଘରୁ ବାହାରିବା ପୂର୍ବରୁ ବିମାନ କମ୍ପାନି ସହ ଯୋଗଯୋଗ କରି ବିମାନ ଉଡ଼ାଣ ସମୟ ଯାଞ୍ଚ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ଦିଲ୍ଲୀ ବିମାନବନ୍ଦର।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme