Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ, ଜଳିଗଲା ୬ ଗାଡ଼ି

Posted on December 13, 2025

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି | ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି | ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇଥିଲୋ । ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ | ପୁଲିସ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ପୁଲିସ |

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ନିଆଁ ଲାଗି ଗୋଟିଏ ଚା ଦୋକାନ , ମଥୁରା କେକ୍ ଦୋକାନ , ମକା ଦୋକାନ ଓ ଘର ଜଳିଯାଇଛି | ସେହିପରି ଗୋଟିଏ ୪୦୭ ଟ୍ରକ , ବାଲିନୋ କାର , ଗୋଟିଏ ଅଟୋ ଏବଂ ମଡେଲିଙ୍ଗ ଜିପ , ପିକପ ଭ୍ୟାନ , ପାସେଞ୍ଜର ଅଟୋ ନିଆଁ ଲାଗି ପୋଡ଼ି ଯାଇଛି |

ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା | ନିଆଁ କିପରି ଲାଗିଲା, ତାହା ଜଣାପଡ଼ିନାହିଁ। ଏହା ମନୁଷ୍ୟ କୃତ ବୋଲି ଚର୍ଚ୍ଚା ହେଉଛି | ସନ୍ଦେହରେ ପୁଲିସ ଜଣେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋନଇପାଉଁଶ ହୋଇ ଯାଇଥିବା ଜଣା ପଡିଛି |

ବାଲିଅନ୍ତା ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଅଟକ ଥିବା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ପାରିବାରିକ କାରଣରୁ ସେ ମାନସିକ ବିକାରଗ୍ରସ୍ତ ଅଛନ୍ତି। ତାଙ୍କ ଠାରୁ ଦିଆସିଲି ମୁଠା ଜବତ ହୋଇଛି। ସେହି ମହିଳା ପୂର୍ବରୁ ଏପରି ନିଆଁ ଲଗାଇ ଥିବା ପୁଲିସ ତଦନ୍ତରୁ ଜଣା ପଡିଛି।

ଅନ୍ୟପକ୍ଷରେ ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦେଖିଛନ୍ତି ।
ପରିବା ବ୍ୟବସାୟ କରିବା ପାଇଁ ସେ ରାତ୍ରିରେ ଯାଉଥିବା ବେଳେ ପ୍ରାୟ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦାବି କରିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଏଭଳି ବୟାନକୁ ନେଇ ଅଂଚଳରେ ଚର୍ଚ୍ଚା ଚାଲିଛି । ପ୍ରକୃତ ଅଭିଯୁକ୍ତକୁ ପୁଲିସ ଧରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ଅଧିକ ତଦନ୍ତ ହେଲେ ଘଟଣା ଉପରୁ ପରଦା ହଟିବ ବୋଲି ବାଲିଅନ୍ତା ଥାନା ଅଧିକାରୀ କହିଛନ୍ତି। ବାଲିଅନ୍ତା ଅଞ୍ଚଳରେ ଏଭଳି ଅଗ୍ନିକାଣ୍ଡ ଘଟଣା ସକାଳୁ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟାପକ ପରିମାଣର ସମ୍ପତ୍ତି ନଷ୍ଟ ହୋଇଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme