Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ୱକୁ ପୁଣି ଥରେ ଚକିତ କରିବାକୁ ଯାଉଛି ଦୁବାଇ

Posted on December 13, 2025

ପୁଣି ଥରେ ବିଶ୍ୱକୁ ଚକିତ କରିବାକୁ ଯାଉଛି ଦୁବାଇ । ଖୁବଶୀଘ୍ର ଏହା ବିଶ୍ୱର ପ୍ରଥମ ‘ଡ୍ରାଇଭ୍-ଥ୍ରୁ ମଲ୍’ ଲଞ୍ଚ୍ କରିବାକୁ ଯାଉଛି । ନାଁ ‘ଦୁବାଇ ସ୍କୋୟାର’ । ଆଗାମି ୩ ବର୍ଷ ମଧ୍ୟରେ ମଲ୍ ଖୋଲିବ । ଲୋକେ କାରରେ ଆରାମରେ ବସି ସିଧା ମଲ୍ ଭିତରକୁ ଯିବେ । ପାର୍କିଂ ଜାଗା ଖୋଜିବାକୁ ପଡ଼ିବନି । ଏହା କେବଳ ସପିଂ ସ୍ପଟ୍ ହେବନାହିଁ, ଅନ୍ୟତମ ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବ । ସପିଂ, ଭୋଜନ ଓ ବୁଲାବୁଲିର ନୂଆ ଅନୁଭବ ଏହା ପ୍ରଦାନ କରିବ । ଏହି ଅଭିନବ ମଲ୍ ସପିଂପ୍ରେମୀଙ୍କୁ ସୁବିଧାଜନକ ଓ ସମସ୍ୟା-ମୁକ୍ତ ଅନୁଭବ ପ୍ରଦାନର ପ୍ରତିଶ୍ରୁତି ଦେବ । ଏହା ସହରରେ ବୁଲାବୁଲିର ଅନ୍ୟତମ ସବୁଠୁ ଲୋକପ୍ରିୟ ସ୍ଥାନ ପାଲଟିବ ।

ଦୁବାଇ ସ୍କୋୟାର୍ର ସବୁଠୁ ବଡ଼ ପରିଚୟ ଏହାର ଆକାର ଓ ଡ୍ରାଇଭ୍-ଥ୍ରୁ କନ୍ସେପ୍ଟ । ଏହା ୨୬ ଲକ୍ଷ ବର୍ଗ ମିଟରରେ ବିସ୍ତୃତ ଏକ ବହୁତ ବଡ଼ ପ୍ରୋଜେକ୍ଟ । ଏହାର ନିର୍ମାତା କମ୍ପାନି ‘ଈମାର ପ୍ରପର୍ଟିଜ’ର ସଂସ୍ଥାପକ ମହମ୍ମଦ ଅଲି ଅଲାବ୍ୱାର ନିଜ ଏକ୍ସ ଆକାଉଣ୍ଟ୍ରେ ଲେଖିଛନ୍ତି, ଏହି ମଲ୍ ଡାଉନ୍ଟାଉନ୍ ଦୁବାଇଠୁ ମଧ୍ୟ ୩ ଗୁଣ ବଡ଼ ହେବ । ଏହି ପ୍ରୋଜେକ୍ଟରେ ମୋଟ୍ ୧୮୦ ଅରବ ଅଷ୍ଟ୍ରେଲୀୟ ଡଲାର ଖର୍ଚ୍ଚ ହେବ । ଲୋକେ ନିଜ କାର୍ରେ ବସି ମଲ୍ର ବିଭିନ୍ନ ସ୍ଥାନକୁ ସହଜରେ ଯାଇପାରିବେ । ଇ-ଯାନ ପାଇଁ ଏଠାରେ ସ୍ୱତନ୍ତ୍ର ଚାର୍ଜିଂ ପଏଣ୍ଟ୍ ଓ ଡ୍ରାଇଭିଂ ଇନ୍ଫ୍ରାଷ୍ଟକ୍ଚର ପ୍ରସ୍ତୁତ କରାଯାଉଛି । ଅର୍ଥାତ୍ ଆପଣଙ୍କୁ ଗାଡ଼ିରୁ ଓହ୍ଲାଇବାକୁ ପଡ଼ିବ ନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme