Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ୱକୁ ପୁଣି ଥରେ ଚକିତ କରିବାକୁ ଯାଉଛି ଦୁବାଇ

Posted on December 13, 2025

ପୁଣି ଥରେ ବିଶ୍ୱକୁ ଚକିତ କରିବାକୁ ଯାଉଛି ଦୁବାଇ । ଖୁବଶୀଘ୍ର ଏହା ବିଶ୍ୱର ପ୍ରଥମ ‘ଡ୍ରାଇଭ୍-ଥ୍ରୁ ମଲ୍’ ଲଞ୍ଚ୍ କରିବାକୁ ଯାଉଛି । ନାଁ ‘ଦୁବାଇ ସ୍କୋୟାର’ । ଆଗାମି ୩ ବର୍ଷ ମଧ୍ୟରେ ମଲ୍ ଖୋଲିବ । ଲୋକେ କାରରେ ଆରାମରେ ବସି ସିଧା ମଲ୍ ଭିତରକୁ ଯିବେ । ପାର୍କିଂ ଜାଗା ଖୋଜିବାକୁ ପଡ଼ିବନି । ଏହା କେବଳ ସପିଂ ସ୍ପଟ୍ ହେବନାହିଁ, ଅନ୍ୟତମ ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବ । ସପିଂ, ଭୋଜନ ଓ ବୁଲାବୁଲିର ନୂଆ ଅନୁଭବ ଏହା ପ୍ରଦାନ କରିବ । ଏହି ଅଭିନବ ମଲ୍ ସପିଂପ୍ରେମୀଙ୍କୁ ସୁବିଧାଜନକ ଓ ସମସ୍ୟା-ମୁକ୍ତ ଅନୁଭବ ପ୍ରଦାନର ପ୍ରତିଶ୍ରୁତି ଦେବ । ଏହା ସହରରେ ବୁଲାବୁଲିର ଅନ୍ୟତମ ସବୁଠୁ ଲୋକପ୍ରିୟ ସ୍ଥାନ ପାଲଟିବ ।

ଦୁବାଇ ସ୍କୋୟାର୍ର ସବୁଠୁ ବଡ଼ ପରିଚୟ ଏହାର ଆକାର ଓ ଡ୍ରାଇଭ୍-ଥ୍ରୁ କନ୍ସେପ୍ଟ । ଏହା ୨୬ ଲକ୍ଷ ବର୍ଗ ମିଟରରେ ବିସ୍ତୃତ ଏକ ବହୁତ ବଡ଼ ପ୍ରୋଜେକ୍ଟ । ଏହାର ନିର୍ମାତା କମ୍ପାନି ‘ଈମାର ପ୍ରପର୍ଟିଜ’ର ସଂସ୍ଥାପକ ମହମ୍ମଦ ଅଲି ଅଲାବ୍ୱାର ନିଜ ଏକ୍ସ ଆକାଉଣ୍ଟ୍ରେ ଲେଖିଛନ୍ତି, ଏହି ମଲ୍ ଡାଉନ୍ଟାଉନ୍ ଦୁବାଇଠୁ ମଧ୍ୟ ୩ ଗୁଣ ବଡ଼ ହେବ । ଏହି ପ୍ରୋଜେକ୍ଟରେ ମୋଟ୍ ୧୮୦ ଅରବ ଅଷ୍ଟ୍ରେଲୀୟ ଡଲାର ଖର୍ଚ୍ଚ ହେବ । ଲୋକେ ନିଜ କାର୍ରେ ବସି ମଲ୍ର ବିଭିନ୍ନ ସ୍ଥାନକୁ ସହଜରେ ଯାଇପାରିବେ । ଇ-ଯାନ ପାଇଁ ଏଠାରେ ସ୍ୱତନ୍ତ୍ର ଚାର୍ଜିଂ ପଏଣ୍ଟ୍ ଓ ଡ୍ରାଇଭିଂ ଇନ୍ଫ୍ରାଷ୍ଟକ୍ଚର ପ୍ରସ୍ତୁତ କରାଯାଉଛି । ଅର୍ଥାତ୍ ଆପଣଙ୍କୁ ଗାଡ଼ିରୁ ଓହ୍ଲାଇବାକୁ ପଡ଼ିବ ନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme