Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରତରେ ଲଞ୍ଚ୍‌ ହେଲା ଓଜେମ୍ପିକ୍‌, ମଧୁମେହ-ଓଜନ ବୃଦ୍ଧି କରିବ ନିୟନ୍ତ୍ରଣ

Posted on December 13, 2025

ଭାରତରେ ଲଞ୍ଚ୍ ହୋଇଛି ‘ଓଜେମ୍ପିକ୍’ ଇଞ୍ଜେକ୍ସନ୍ । ଡେନ୍ମାର୍କର ଫାର୍ମା କମ୍ପାନି ନୋଭୋ ନୋର୍ଡିସ୍କ ଶୁକ୍ରବାର ଏହା ଘୋଷଣା କରିଛି । ମଧୁମେହ ଓ ଓଜନ ହ୍ରାସ ଲାଗି ପ୍ରସ୍ତୁତ ଏହି ଇଞ୍ଜେକ୍ସନ୍ ଭାରତରେ ୦.୨୫ ଏମ୍ଜି, ୦.୫ ଏମ୍ଜି ଓ ୧ ଏମ୍ଜିରେ ଉପଲବ୍ଧ ହେଉଛି । ‘ଫ୍ଲେକ୍ସଟଚ୍ ପେନ୍’ରେ ଉପଲବ୍ଧ ଏହି ଔଷଧର ଉପଯୋଗ ସହଜ ।

ଏହି ପେନ୍ ଡିଭାଇସ୍କୁ ସପ୍ତାହରେ ଥରେ ଇଞ୍ଜେକ୍ସନ୍ ଭାବେ ନେବାକୁ ପଡ଼ିବ, ଯାହାର ସାପ୍ତାହିକ ମୂଲ୍ୟ ୨,୨୦୦ ଟଙ୍କାରୁ ଆରମ୍ଭ ହେଉଛି । ପ୍ରତ୍ୟେକ ପେନ୍ରେ ୪ ସପ୍ତାହିକ ଡୋଜ୍ ରହିଥିବା କମ୍ପାନି କହିଛି । ଓଜେମ୍ପିକ୍ ଇଞ୍ଜେକ୍ସନ୍କୁ ୪ ସପ୍ତାହ ପାଇଁ ୦.୨୫ ଏମ୍ଜି ଡୋଜ୍ ସହିତ ଆରମ୍ଭ କରିବାକୁ ପଡ଼ିବ, ଯାହାର ମୋଟ୍ ମୂଲ୍ୟ ୮,୮୦୦ ଟଙ୍କା । ଡାକ୍ତରଙ୍କ ପରାମର୍ଶରେ ରୋଗୀ ପରବର୍ତ୍ତୀ ୦.୫ ଏମ୍ଜି ଡୋଜ୍ ଅତିକମ୍ରେ ୪ ସପ୍ତାହ ନେବେ, ଯାହାର ମୂଲ୍ୟ ୧୦,୧୭୦ । ଅଥବା ମାସିକ ୧୧,୧୭୫ ଟଙ୍କାରେ ସପ୍ତାହକୁ ୧ ଏମ୍ଜି ଇଞ୍ଜେକ୍ସନ୍ ନେବେ । ଓଜନ-ହ୍ରାସ ଔଷଧ ୱେଗୋଭି ପରେ ଭାରତରେ ଲଞ୍ଚ୍ ହୋଇଥିବା ଏହା କମ୍ପାନିର ୨ୟ ଔଷଧ । ଗତ ଜୁନ୍ରେ ୱେଗୋଭି ଭାରତରେ ଲଞ୍ଚ୍ ହୋଇଥିଲା । ନୋଭୋ ନର୍ଡିସ୍କ ଓଜେମ୍ପିକ୍କୁ ଓଜନ ହ୍ରାସ ସୁଫଳ ସହିତ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ଲଞ୍ଚ୍ କରିଛି । ଗତ ମାର୍ଚ୍ଚରେ ଲଞ୍ଚ୍ ହୋଇଥିବା ଏଲି ଲିଲିର ମନଜାରୋ ସହିତ ଏହା ପ୍ରତିଯୋଗିତା କରୁଛି । ନୋଭୋ ନର୍ଡିସ୍କ ଭାରତର ପ୍ରବନ୍ଧନ ନିର୍ଦ୍ଦେଶକ ବିକ୍ରାନ୍ତ ଶୋତ୍ରିୟ କହିଛନ୍ତି, ଓଜେମ୍ପିକ୍ ଜରିଆରେ କମ୍ପାନି ରୋଗୀଙ୍କ ଟାଇପ୍-୨ ମଧୁମେହର ଚିକିତ୍ସା ସହିତ ଓଜନ ନିୟନ୍ତ୍ରଣ ଓ ଲମ୍ବା ସମୟ ପର୍ଯ୍ୟନ୍ତ ହୃତ୍ପିଣ୍ଡ ଓ କିଡ୍ନୀକୁ ସୁରକ୍ଷା ଦେବା ଉପରେ ଫୋକସ୍ କରୁଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme