
ଆଜି ସକାଳୁ ଝାରସୁଗୁଡା ସହରର ମଙ୍ଗଳ ବଜାରର ସମବାୟ ବ୍ୟାଙ୍କ ସମ୍ମୁଖରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ଗର୍ଭବସ୍ଥାରେ ୪-୫ ମାସ ଥିବା ମଧ୍ୟରେ ହିଁ ପ୍ରସବ କିମ୍ବା ଗର୍ଭପାତ ହୋଇଥିବା ଆଶଙ୍କା କରାଯାଉଛି। ଶିଶୁଟିକୁ କେହି ବ୍ୟକ୍ତି ଧଳା ରଙ୍ଗର କପଡ଼ାରେ ଘୋଡାଇ ରଖି ଦେଇଥିବା ବେଳେ ସକାଳୁ ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସୂଚନା ପାଇ ଝାରସୁଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ତେବେ ପ୍ରାୟ ୫ ମାସ ତଳେ ଏହି ମଙ୍ଗଳ ବଜାର ଅଞ୍ଚଳର ଏକ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ରକୁ କେହି ଫିଙ୍ଗି ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
