Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୀତରେ ଜନଜୀବନ ଅସ୍ତବ୍ୟସ୍ତ: ୧୦ ଡିଗ୍ରୀ ତଳେ ୧୫ ସ୍ଥାନର ପାରଦ, ୧୪ ତାରିଖ ଯାଏ କରିବ କଲବଲ

Posted on December 13, 2025

ଥରୁଛି ପୂରା ଓଡ଼ିଶା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପାଖାପାଖି ରହିଛି । ୧୩ ଓ ୧୪ ତାରିଖରେ କିଛି ସ୍ଥାନରେ ଭୀଷଣ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।

ଶନିବାର ଓ ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ଶୀତ ଅନୁଭୂତ ହେବ । ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗିର, ଟିଟିଲାଗଡ଼, କୋରାପୁଟ ଓ ନବରଙ୍ଗପୁରରେ ପାରଦ ୧୦ ଡିଗ୍ରୀ ତଳେ ବା ଏହା ପାଖାପାଖି ରହିପାରେ । ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଶୀତରୁ ତ୍ରାହି ମିଳବନି ।

ଜି. ଉଦୟଗିରିରେ ପାରଦ ପୁଣି ତଳମୁହାଁ ହୋଇଛି । ଏଠାରେ ରାତି ତାପମାତ୍ରା ୩.୧ ଡିଗ୍ରୀ ରହିଥିଲା । ସେମିଳିଗୁଡ଼ାରେ ୩.୬,ଫୁଲବାଣୀରେ ୫.୫, ଦାରିଙ୍ଗବାଡ଼ିରେ ୬.୫, ଚିପିଲିମାରେ ୬.୬, ଝାରସୁଗୁଡ଼ାରେ ୭.୧, ରାଉରକେଲାରେ ୭.୨, ଭବାନୀପାଟଣାରେ ୭.୫, କୋରାପୁଟରେ ୮.୧, କିରେଇରେ ୮.୪, ଅନୁଗୁଳରେ ୮.୬, ବଲାଙ୍ଗିରରେ ୯, ନବରଙ୍ଗପୁରରେ ୯.୨, କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୯.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୨ ଡିଗ୍ରୀ କମ୍ ରହିଥିଲା। ହୀରାକୁଦରେ ୪.୨, ଗୋପାଳପୁରରେ ୪.୧, ଫୁଲବାଣୀରେ ୩.୬, ଭୁବନେଶ୍ୱରରେ ୩.୪, କେନ୍ଦୁଝରରେ ସ୍ୱାଭାବିକଠାରୁ ୩.୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme