Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରକ୍ ମାଲିକଙ୍କ ‘ଖଣି ବନ୍ଦ’ ଆନ୍ଦୋଳନ: MCL କର୍ମଚାରୀଙ୍କ ଉପରେ ଚୋରା କୋଇଲା ଚାଲାଣ ଅଭିଯୋଗ

Posted on December 12, 2025

ମହାନଦୀ କୋଇଲା କ୍ଷେତ୍ର (MCL) ଅଧୀନରେ ଥିବା ତାଳଚେରର ବଳରାମ କୋଇଲା ଖଣିରେ ଚୋରା କୋଇଲା ଚାଲାଣ ଏବଂ ‘ପ୍ରଥମେ ଆସ, ପ୍ରଥମେ ସେବା’ (First Come First Serve) ନିୟମ ଭାଙ୍ଗିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ MCL କର୍ମଚାରୀ ନିଜ ପତ୍ନୀଙ୍କ ନାମରେ ଥିବା ଟ୍ରକରେ କୋଇଲା ଚୋରି କରି ନେଉଥିବା ଜଣାପଡ଼ିବା ପରେ କିଛି ଟ୍ରକ ମାଲିକ ଖଣି ବନ୍ଦ କରି ଆନ୍ଦୋଳନ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ବଳରାମ କୋଇଲା ଖଣିରେ ସର୍ଫେସ୍ ମାଇନର୍ ଅପରେଟର୍ ଭାବେ କାର୍ଯ୍ୟ କରୁଥିବା ଜ୍ଞାନରଂଜନ ସାହୁ ତାଙ୍କ ଧର୍ମପତ୍ନୀ ସିଗ୍ମାରାଣୀ ପ୍ରଧାନଙ୍କ ନାମରେ ଥିବା ଏକ ଟ୍ରକ୍ (OD-14W-6018)କୁ ଖଣିର କୌଣସି ଆବଶ୍ୟକୀୟ କାଗଜପତ୍ର ବିନା କୋଇଲା ଲୋଡ୍ କରିବାକୁ ଦେଇଥିଲେ। ଏଥିସହ ସେ ‘ଫାଷ୍ଟ କମ୍ ଫାଷ୍ଟ ସର୍ଭ’ ନିୟମକୁ ଉଲ୍ଲଂଘନ କରି ଉକ୍ତ ଟ୍ରକ୍ଟିକୁ ଶୀଘ୍ର ଲୋଡ୍ କରି ବାହାରି ଯିବାରେ ସାହାଯ୍ୟ କରିଥିଲେ।

ଏ ବିଷୟରେ ଜାଣିବା ପରେ ବଳରାମ କୋଇଲା ଖଣିର ଲୋଡିଂ ଅଧିକାରୀ ତୁରନ୍ତ ଟ୍ରକ୍ଟିକୁ ଅଟକାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ଏହି କୋଇଲା ଲୋଡ୍ ପଛରେ ଖଣି କର୍ମଚାରୀ ଜ୍ଞାନରଂଜନ ସାହୁଙ୍କ ହାତ ରହିଛି। ଏହାକୁ ନେଇ ଖଣିରେ ଥିବା ଅନ୍ୟ ଟ୍ରକ୍ ମାଲିକମାନେ ବିରୋଧ କରି ତୁମ୍ବି ତୋଫାନ କରିଥିଲେ। ଅନ୍ୟ କିଛି ମାଲିକ କୋଇଲା ବୋଝେଇ ଟ୍ରକ୍ଟିକୁ ଖଣି କର୍ତ୍ତୃପକ୍ଷଙ୍କ ହେପାଜତରୁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା।

ବିରୋଧ ତୀବ୍ର ହେବାରୁ, କର୍ମଚାରୀ ଜ୍ଞାନରଂଜନ ସାହୁ କିଛି ଟ୍ରକ୍ ଡ୍ରାଇଭରଙ୍କୁ ଉସୁକାଇ ଖଣିରୁ କୋଇଲା ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଜଣେ MCL କର୍ମଚାରୀ ହୋଇ ନିଜେ କିପରି ଖଣି ବନ୍ଦ ଆନ୍ଦୋଳନ କଲେ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ଟ୍ରକ୍ ମାଲିକମାନେ ଅଭିଯୋଗ କରିଛନ୍ତି ଯେ ଜ୍ଞାନରଂଜନ ଦୀର୍ଘ ଦିନ ଧରି ନିଜ ଗାଡ଼ିରେ ଏଭଳି ଭାବେ କୋଇଲା ଚୋରା ଚାଲାଣ କରୁଛନ୍ତି।

ଘଟଣା ସମ୍ପର୍କରେ ଖଣି କର୍ତ୍ତୃପକ୍ଷ ଅବଗତ ହେବା ପରେ ବଳରାମ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ସର୍ଫେସ୍ ମାଇନର୍ ଅପରେଟର୍ ଜ୍ଞାନରଂଜନ ସାହୁଙ୍କୁ ଖଣିରେ କାର୍ଯ୍ୟ ନକରିବାକୁ ନିର୍ଦ୍ଦେଶ ଦେବା ସହିତ ତାଙ୍କ ଟ୍ରକ୍କୁ କଳାତାଲିକା ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଜଣେ ସର୍ଫେସ୍ ମାଇନର୍ ଅପରେଟର୍ ହୋଇ ମଧ୍ୟ କିପରି ପେଲୋଡର୍ ଅପରେଟର୍ ଭାବେ କାର୍ଯ୍ୟ କରି ନିଜ ଗାଡ଼ିକୁ କୋଇଲା ଲୋଡ୍ ଦେଲେ, ତାହାର ମଧ୍ୟ ତଦନ୍ତ ହେବ।

ଏହି ଘଟଣାକୁ ନେଇ ଖଣିରେ ଉତ୍ତେଜନା ଲାଗି ରହିଥିବା ବେଳେ ଖଣି କର୍ତ୍ତୃପକ୍ଷ ଏବଂ MCL କର୍ତ୍ତୃପକ୍ଷ ଜ୍ଞାନରଂଜନ ସାହୁଙ୍କ ବିରୋଧରେ କେଉଁ ପ୍ରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme