Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଢ଼ିଲା ଦିଲ୍ଲୀରେ ଜିଲ୍ଲା ସଂଖ୍ୟା: ଏବେ ୧୧ ନୁହେଁ ୧୩ ଜିଲ୍ଲା

Posted on December 12, 2025

ଦିଲ୍ଲୀର ଅନେକ ଲୋକଙ୍କ ଠିକଣା ଏବେ ବଦଳିବାକୁ ଯାଉଛି । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦିଲ୍ଲୀର ପୂର୍ବରୁ ଥିବା ୧୧ଟି ରାଜସ୍ୱ ଜିଲ୍ଲାର ପୁନର୍ଗଠନ ଏବଂ ୧୩ଟି ନୂତନ ରାଜସ୍ୱ ଜିଲ୍ଲା ସୃଷ୍ଟିକୁ ମଞ୍ଜୁରି ଦିଆଯାଇଛି । ତେବେ ଏହି ନିଷ୍ପତ୍ତି ପ୍ରଶାସନକୁ ସରଳ ଏବଂ ସ୍ୱଚ୍ଛ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିଚାର କରାଯାଉଛି। ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ସମସ୍ୟା ଏକ ଦୀର୍ଘକାଳୀନ ସମସ୍ୟା ଥିଲା, ଯାହାକୁ ରେଖା ସରକାର ମାତ୍ର କିଛି ମାସ ମଧ୍ୟରେ ସମାଧାନ କରିଛନ୍ତି ବୋଲି କୁହାଯାଉଛି । ଦିଲ୍ଲୀରେ ଯୋଡ଼ା ଯାଇଥିବା ତିନୋଟି ନୂଆ ଜିଲ୍ଲା ହେଉଛି ପୁରୁଣା ଦିଲ୍ଲୀ, ସେଣ୍ଟ୍ରାଲ ନର୍ଥ ଏବଂ ଆଉଟର୍ ଦିଲ୍ଲୀ । ନୂଆ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଜିଲ୍ଲା, ଶାହଦରାକୁ ଦିଲ୍ଲୀର ଜିଲ୍ଲା ଲିଷ୍ଟରୁ ହଟାଇ ଦିଆଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କହିବା କଥା, ଜିଲ୍ଲା ପ୍ରଶାସନ ଯେକୌଣସି ଶାସନର କେନ୍ଦ୍ରବିନ୍ଦୁ ଏବଂ ଜନସାଧାରଣଙ୍କ ଜୀବନର ନିକଟତମ ସରକାରୀ ଅଫିସ୍ । ଦିଲ୍ଲୀର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ନିର୍ମାଣ କାର୍ଯ୍ୟକଳାପ, ସହରାଞ୍ଚଳ ପ୍ରସାର ଏବଂ ନାଗରିକ ସେବାର ଜଟିଳତାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନକୁ ଅଧିକ ସଂଗଠିତ, ପ୍ରଭାବଶାଳୀ ଏବଂ ଉତ୍ତରଦାୟୀ କରିବା ଆବଶ୍ୟକ ଥିଲା । ଯେଉଁ କାରଣ ପାଇଁ ଦିଲ୍ଲୀରେ ଜିଲ୍ଲା ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ଦୀର୍ଘ ସମୟ ଧରି ଦିଲ୍ଲୀର ରାଜସ୍ୱ ଜିଲ୍ଲାଗୁଡ଼ିକର ସୀମା ପୌରାଞ୍ଚଳ ଜୋନ୍, NDMC ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡର ସୀମା ସହିତ ସମାନ ନଥିଲା। ଯାହା ଫଳରେ କି ଏହା ନିୟମିତ ଭାବରେ ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବ ହେଉଥିଲା । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme