
ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ଏକ ବଳଦକୁ ବାଘୁଣୀ ଖାଇଦେଇଥିବାରୁ ତାକୁ ବିଷ ଦେଇ ହତ୍ୟା କରାଯାଇଥିବାର ଖବର ମିଳିଛି। ମୃତ ବଳଦରେ ବିଷ ଦେଇ ବାଘୁଣୀକୁ ମାରିଦିଆଯାଇଥିବା କଥା ଚର୍ଚ୍ଚା ହେଉଛି। ତେବେ ଉଭୟ ବଳଦ ଓ ବାଘୁଣୀର ମୃତଦେହ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି।
