Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମ୍ୟାଁମାର ସେନାର ଏୟାରଷ୍ଟ୍ରାଇକ୍: ୩୪ ରୋଗୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

Posted on December 12, 2025

ମ୍ୟାଁମାର ସେନା ଗତ ରାତିରେ ରଖାଇନ ପ୍ରଦେଶ ଅନ୍ତର୍ଗତ ବିଦ୍ରୋହୀ ଆରାକାନ ସେନା କବଜରେ ଥିବା ମାରୁକ-ୟୁ ସହରରେ ଏୟାର ଷ୍ଟ୍ରାଇକ୍ କରିଛି । ସହରର ଏକ ହସ୍ପିଟାଲ ଉପରେ ଯୁଦ୍ଧବିମାନରୁ ଦୁଇଟି ବୋମା ମାଡ଼ କରାଯାଇଛି । ଫଳରେ ୩୪ ଜଣ ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି । ଏହି ବୋମା ମାଡ଼ରେ ଅନ୍ୟ ୮୦ ଜଣ ଆହତ ହୋଇଛନ୍ତି । ବୋମା ମାଡ଼ ଯୋଗୁ ହସ୍ପିଟାଲ ଛାରଖାର ହୋଇଯାଇଛି । ସେନାର ଏଭଳି କାର୍ଯ୍ୟକୁ ବିଭିନ୍ନ ଦେଶ ପକ୍ଷରୁ ନିନ୍ଦା କରାଯାଇଛି ।

ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୯ଟା ୧୩ରେ ମ୍ୟାଁମାର ସେନା ଯୁଦ୍ଧବିମାନରେ ଆସି ହସ୍ପିଟାଲ ଉପରେ ଦୁଇଟି ବୋମା ପକାଇଥିଲେ । ପ୍ରଥମ ବୋମାଟି ଚିକିତ୍ସିତ ହେଉଥିବା ରୋଗୀଙ୍କ ୱାର୍ଡରେ ପଡିଥିଲା ବେଳେ ଦ୍ୱିତୀୟଟି ହସ୍ପିଟାଲର ମୁଖ୍ୟ ବିଲ୍ଡିଂ ନିକଟରେ ପଡିଥିଲା । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ମୃତକଙ୍କ ମଧ୍ୟରେ ୧୭ ଜଣ ପୁରୁଷ ଓ ୧୭ ଜଣ ମହିଳା ଅଛନ୍ତି । ହସ୍ପିଟାଲ ନିକଟରେ ଥିବା ଟ୍ୟାକ୍ସି ଓ ବାଇକ୍ଗୁଡିକ ନଷ୍ଟ ହୋଇଯାଇଛି । ହସ୍ପିଟାଲର ଆସବାବପତ୍ର ଓ ଚିକିତ୍ସା ଉପକରଣଗୁଡିକ ବିଲ୍ଡିଂର ଭଗ୍ନାବଶେଷ ଭିତରେ ପୋତି ହୋଇପଡିଛି । ଦେଶରେ ସରକାରୀ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଏହି ପ୍ରଦେଶର ଅଧିକାଂଶ ହସ୍ପିଟାଲ ବନ୍ଦ ହୋଇଯାଇଛି । ବୋମାମାଡ଼ ହୋଇଥିବା ହସ୍ପିଟାଲଟି ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଏଠାକୁ ପ୍ରତିଦିନ ଶହ ଶହ ରୋଗୀ ଆସିଥାନ୍ତି ।

ଗତବର୍ଷ ଫେବ୍ରୁଆରୀରେ ଆରାକାନ ଆର୍ମି ଏହି ସହର ଦଖଲ କରିବା ପରେ ଉକ୍ତ ହସ୍ପିଟାଲକୁ ଖୋଲାଯାଇଥିଲା । ରାଜଧାନୀ ଠାରୁ ପ୍ରାୟ ୫୩୦ କି.ମି. ଦୂରରେ ଏହି ସହର ଅବସ୍ଥିତ । ୨୦୧୭ରୁ ଆରାକାନ ଆର୍ମି ନିଜର ଉପସ୍ଥିତି ଜାହିର କରିଆସିଛି । ରଖାଇନ ପ୍ରଦେଶର ୧୭ଟି ସହର ମଧ୍ୟରୁ ୧୪ଟିକୁ ଆରାକାନ ଆର୍ମି କବଜା କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme