Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ୟୁଟ୍ୟୁବ୍ ଦେଖି ଅପରେସନ୍ କଲେ ନକଲି ଡାକ୍ତର, ରୋଗୀ ମୃତ

Posted on December 12, 2025

ୟୁପିର ବାରାବଙ୍କୀରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ୟୁଟ୍ୟୁବ୍ ଦେଖି ଅପରେସନ୍ କରିଥିବା ନକଲି ଡାକ୍ତରଙ୍କ ଯୋଗୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମାମଲା କୋଠୀ ଥାନା ଅଞ୍ଚଳର । ପୀଡ଼ିତ ଫତେ ବାହାଦୁର କହିଛନ୍ତି, ଚଳିତ ମାସ ୫ ତାରିଖ ଦ୍ୱିପ୍ରହରରେ ତାଙ୍କ ପତ୍ନୀ ମୁନିଶରା ରାୱତଙ୍କ ପେଟରେ ଯନ୍ତ୍ରଣା ହେଲା । ସେ ତାଙ୍କୁ କୋଠୀ ବଜାର ସ୍ଥିତ ଶ୍ରୀ ଦାମୋଦର ଔଷଧାଳୟ ହସ୍ପିଟାଲକୁ ନେଲେ । ଜ୍ଞାନ ପ୍ରକାଶ ମିଶ୍ରା ଓ ବିବେକ ମିଶ୍ରା ଏହାର ପରିଚାଳନା କରୁଛନ୍ତି । ଯାଞ୍ଚରୁ ଜ୍ଞାନ ପ୍ରକାଶ ମହିଳାଙ୍କର ଷ୍ଟୋନ୍ ହୋଇଥିବା କହି ଅପରେସନ୍ ଖର୍ଚ୍ଚ ୨୫ ହଜାର କହିଲେ ଏବଂ ୨୦ ହଜାରରେ ମାମଲା ଛିଣ୍ଡିଲା ।

ଫତେ ବାହାଦୁରଙ୍କ ଅଭିଯୋଗ ଅନୁସାରେ, ଟଙ୍କା ପୈଠ ହେବା ପରେ ଜ୍ଞାନ ପ୍ରକାଶ ମଦ ନିଶାରେ ୟୁଟ୍ୟୁବ୍ ଭିଡିଓ ଦେଖି ପତ୍ନୀଙ୍କ ଅପରେସନ୍ ଆରମ୍ଭ କଲେ । ଅତ୍ୟନ୍ତ ଅବହେଳାରେ ତାଙ୍କ ପେଟକୁ କାଟିଦେଲେ । ତାଙ୍କ ଛୋଟ ଅନ୍ତଃନଳୀ ଓ ଅନେକ ସ୍ନାୟୁ ମଧ୍ୟ କାଟିଦେଲେ । ଅପରେସନ୍ ପରେ ମହିଳା ରାତିସାରା ଯନ୍ତ୍ରଣାରେ ଛଟପଟ ହେଲେ । ପର ଦିନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଲା । ଏହା ପରେ ହସ୍ପିଟାଲ ସଂଚାଳକ ଜ୍ଞାନ ପ୍ରକାଶ ମିଶ୍ରା ଓ ତାଙ୍କ ପରିବାର ଫେରାର ହୋଇଗଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍ କଲା । ଶବର ପୋଷ୍ଟମର୍ଟମ୍ ମଧ୍ୟ କରାଗଲା । ଫତେ ବାହାଦୁରଙ୍କ ଅଭିଯୋଗ ଯେ ହସ୍ପିଟାଲ ସମ୍ପୂର୍ଣ୍ଣ ନକଲି ଏବଂ ଅଭିଯୁକ୍ତଙ୍କ ପାଖରେ କୌଣସି ପ୍ରକାର ମେଡିକାଲ ଡିଗ୍ରୀ ନାହିଁ । ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଏକ ଟିମ୍ ଗଠନ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme