Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଲଣ୍ଡା କରି ବୁଲାଇଲେ

Posted on December 11, 2025

କଳାହାଣ୍ଡି ଭବାନୀପାଟଣା ବାଦିଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଚଲେଇ ଚଲେଇ ନେଲେ, ଲଣ୍ଡା କଲେ । ଭବାନୀପାଟଣା ସଦର ମହକୁମା ଠାରୁ ମାତ୍ର ୮ କିମି ଦୂର ବାଦିଲି ଗାଁର ଜଣେ ବୃଦ୍ଧ, ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ କାଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ, ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବାର ଭିଡିଓ ଭାଇରାଲ ହୋଇଛି । ଏହାସହ ତାଙ୍କୁ ଲଣ୍ଡା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ହେଲେ ପୁଲିସ ପାଖରେ ଏନେଇ ନାହିଁ କୌଣସି ସୂଚନା । 

ବାଦିଲି ଗାଁର ୱାର୍ଡ ନମ୍ବର୍ ୧୩ର ଜଣେ ମହିଳା ଗତ ୭ ତାରିଖରେ ପାଣି ଆଣିବାକୁ ଯାଇଥିବାବେଳେ ସେତେବେଳେ ସେହି ଗାଁ ର ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ସେ ପରିବାର ଲକୋଙ୍କ ପାଖରେ ଅଭିଯୋଗ  କରିବା ପରେ ପରିବାର ଲୋକ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାକୁ ନେଇ ଲକ୍ଷ୍ମୀ ପୂଜା ମଣ୍ଡପରେ କାଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ବୃଦ୍ଧଙ୍କୁ ଲଣ୍ଡା କରାଯାଇ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇ ଥିଲେ। ଏଥିରେ ଲୋକପ୍ରତିନିଧି ବି ସାମିଲ ହୋଇଥିବା ଅଭିଯୋଗ ହୋଇଛି । କଙ୍ଗାରୁ କୋର୍ଟର ନିଷ୍ପତ୍ତିକୁ ବିରୋଧ କରି ଥାନାକୁ ଯାଇପାରୁ ନାହାଁନ୍ତି । ଗାଁରେ ଲୋକ ପ୍ରତିନିଧିଙ୍କ ପତିଆର ଥିବାରୁ ଘଟଣାକୁ ଚପାଇବା ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme