Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୬ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମଡିଆ ମନା, ଆକାଉଣ୍ଟ ଥିଲେ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ

Posted on December 11, 2025

ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହୋଇଛି । ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ ନଚେତ୍ କମ୍ପାନୀକୁ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି । ଏହି ନୂଆ ଆଇନ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ । ଏହାକୁ ‘ପ୍ରାଇଡ୍ ଡେ’ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଟରନେଟ୍ ମିଡିଆ ଉପରେ ପ୍ରତିବନ୍ଧକ ପିଲାମାନଙ୍କୁ ସେମାନଙ୍କର ଶୈଶବ ସୁନିଶ୍ଚିତ କରିବ । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଏହି ବଡ଼ ପଦକ୍ଷେପ ନିଆଯାଇଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ପିଲାମାନଙ୍କୁ ଟିକଟକ୍ , ଆଲଫାବେଟ୍ ଇନକର୍ପୋରେଟେଡ୍ର ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ସମେତ ଅନେକ ପ୍ଲାଟଫର୍ମ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି । ନୂଆ ଆଇନ୍ ଅନୁଯାୟୀ, ୧୦ଟି ବୃହତ୍ତମ ପ୍ଲାଟଫର୍ମ ଉପରେ ପିଲାମାନଙ୍କ ପାଇଁ କଟକଣା ଲାଗିଛି । ନିର୍ଦ୍ଦେଶ ଦିଆଯାଇଛି ଯେ ନିୟମ ନମାନିଲେ କମ୍ପାନୀକୁ ୩୩ ମିଲିୟ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ବାକ୍ ସ୍ୱାଧୀନତା ପ୍ରବକ୍ତାମାନେ ଏହି ଆଇନକୁ ସମାଲୋଚନା କରିଛନ୍ତି, କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ଅନଲାଇନରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ୟ ଅନେକ ଦେଶ ଗମ୍ଭୀରତାର ସହିତ ସମାନ ପଦକ୍ଷେପ ବିଷୟରେ ବିଚାର କରୁଛନ୍ତି ।

କେହି କେହି ଆଇନର ପ୍ରଶଂସା କରୁଥିବା ବେଳେ ସିଡନୀର ୧୫ ବର୍ଷୀୟ ନାୟା ଜୋନ୍ସ ଏବଂ ମାଇସି ନେଲାଣ୍ଡ ଏହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେମାନେ ଯୁକ୍ତି ବାଢିଛନ୍ତି କି, ଏହି ନିୟମ ଦେଶର ପ୍ରାୟ ୨.୬ ନିୟୁତ କିଶୋରଙ୍କ ମତାମତ ସ୍ୱାଧୀନତାକୁ ସୀମିତ କରୁଛି । ତଥାପି, ସରକାର ଦାବି କରୁଛନ୍ତି ଯେ, ଅଧିକାଂଶ ପିତାମାତା ଇଣ୍ଟରନେଟ୍ ଗଣମାଧ୍ୟମର କ୍ଷତିକାରକ ପ୍ରଭାବରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପକୁ ସମର୍ଥନ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme