Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ଦେଖା ଦେଲାଣି କାଗଜ ସଙ୍କଟ, ନୋଟ୍‌, ଖବରକାଗଜ ଛାପିବାକୁ ନାହିଁ କଞ୍ଚା ମାଲ୍‌

Posted on December 11, 2025

ଦୀର୍ଘ ସମୟ ଧରି କାଗଜ ଅଭାବର ସମ୍ମୁଖୀନ ହେଉଛି ଉତ୍ତର କୋରିଆ । ଏବେ ସେଠାରେ କାଗଜ ସରିବା ଅବସ୍ଥାରେ । ଏହି ଦେଶ ଉପରେ ଅନେକ ଅନ୍ତର୍ଜାତୀୟ ପ୍ରତିବନ୍ଧକ ରହିଛି । ବିଶ୍ୱରେ ଉତ୍ତର କୋରିଆ ଏକ ନିଃସଙ୍ଗ ରାଷ୍ଟ୍ର । ସେଥିପାଇଁ ଏଠାରେ ପର୍ଯ୍ୟାପ୍ତ ଟେକ୍ନୋଲୋଜି, କଞ୍ଚା ମାଲ୍‌ ଓ ଔଦ୍ୟୋଗିକ ବିକାଶର ଅଭାବ ରହିଛି । ଏହି କାରଣରୁ ଦେଶ କାଗଜ ଅଭାବର ସମ୍ମୁଖୀନ ହେଉଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏବେ ଉତ୍ତର କୋରିଆରେ କାଗଜ ଶେଷ ହୋଇଯାଇଛି । ଦେଶର ସୁପ୍ରିମୋ କିମ୍‌ ଜଙ୍ଗ୍‌ ଉନ୍‌ କ୍ଷେତ୍ରୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି, ଦେଶରେ କାଗଜ ପ୍ରସ୍ତୁତି ଲାଗି କାରଖାନା ବସାଇବାକୁ ପଡ଼ିବ । ତାଙ୍କ ପ୍ରଚାର ଶାଖା ମୁଦ୍ରଣ କମାଇ ଦେଇଛି । ସରକାରଙ୍କ ପାଖରେ ବ୍ୟାଙ୍କ୍‌ ନୋଟ୍‌ ବି ଶେଷ ହୋଇଗଲାଣି ।

କିମ୍‌ ଜଙ୍ଗ୍‌ କହିଛନ୍ତି, ଦେଶର ପେପର୍‌ ଇଞ୍ଜିନିୟରିଂ ସଂସ୍ଥା ନିଜ କାଗଜ ପ୍ରସ୍ତୁତି ବିଧି ଓ ଟେକ୍ନୋଲୋଜିର ବିକାଶ ଲାଗି ଯୋଜନା କରୁଥିବାରୁ ସେ ଖୁସି । କାରଣ ଦେଶରେ କାଗଜ ସରିଗଲାଣି ଏବଂ ସମ୍ବାଦପତ୍ର ଓ ବ୍ୟାଙ୍କନୋଟ୍‌ କମ୍‌ ଛପା ହେଉଛି । କିମ୍‌ ଉନସନ୍‌ ପେପର୍‌ ମିଲ୍‌ ପରିଦର୍ଶନ କରି ବହୁମୁଖୀ ପେପର୍‌ ମେସିନ୍‌, ଟୟଲେଟ୍‌-ପେପର୍‌ ମେସିନ୍‌ ଓ ପେପର୍‌ କଣ୍ଟେନର ମୋଲ୍ଡିଂ ମେସିନର ନିରୀକ୍ଷଣ କରି ଏହାକୁ ଖୁବ୍‌ ପ୍ରଶଂସା କରିଛନ୍ତି । ଅନ୍ୟ ଦେଶ ସହ ବ୍ୟାପାର ନ ହେବାରୁ ଉତ୍ତର କୋରିଆରେ ଉଦ୍ୟୋଗ ଓ ପ୍ରାଦ୍ୟୋଗିକୀ କ୍ଷେତ୍ରରେ ଭଲ ନିବେଶକ ନାହାନ୍ତି । ସେଥିପାଇଁ ସେଠାରେ ଉଦ୍ୟୋଗ ଗତିବିଧି ପଛରେ ରହିଛି । କିମ୍‌ ନିଜ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି, ଆଗାମି ପାଞ୍ଚବର୍ଷୀୟ ଯୋଜନା ଅବଧିରେ ଦେଶର ସମସ୍ତ ପ୍ରାନ୍ତରେ ଆଧୁନିକ କାଗଜ କାରଖାନା ନିର୍ମାଣରେ ସ୍ୱତନ୍ତ୍ର ଯୋଜନା ହେବା ଆବଶ୍ୟକ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme