Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଲବଲ କରୁଛି ଅସହ୍ୟ ଥଣ୍ଡା: ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

Posted on December 11, 2025

ରାଜ୍ୟରେ ଅସମ୍ଭାଳ ଜାଡ଼ ଜାରି ରହିବ । ଏଥିରୁ ତ୍ରାହି ମିଳିବାର ସମ୍ଭାବନା କ୍ୱଚିତ୍ । ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ ୧୨ ଡିଗ୍ରୀ ଭିତରେ ରହିପାରେ ।

ବୁଧବାର ୧୦ରୁ ଅଧିକ ସ୍ଥାନରେ ଶୀତ ଲହରୀ ରହିବ ବୋଲି ଆକଳନ ଦିଆଯାଇଥିଲା । କିନ୍ତୁ ଗୁରବାର ମାତ୍ର ୪ଟି ସ୍ଥାନରେ ଶୀତ ଲହରୀ ବହିବ ବୋଲି କୁହାଯାଇଛି । ରାଜ୍ୟର ୧୨ଟି ସହର ୧୦ ଡିଗ୍ରୀ ତଳେ ଥିଲା । ଜି ଉଦୟଗିରି ଓ ସେମିଳିଗୁଡ଼ାରେ ୫ ଡିଗ୍ରୀ, ଫୁଲବାଣୀରେ ୬.୫, ଝାରସୁଗୁଡ଼ାରେ ୭, ଚିପିଲିମାରେ ୭.୬, କିରେଇରେ ୮.୧, ଭବାନୀପାଟଣାରେ ୮.୮, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୯, ରାଉରକେଲାରେ ୯.୧, ସୁନ୍ଦରଗଡ଼ରେ ୯.୨ ଓ ବଲାଙ୍ଗୀରରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଥିଲା । ବୌଦ୍ଧରେ ୧୦.୫, କୋରାପୁଟରେ ୧୦.୭, ସୋନପୁରରେ ୧୦.୯, କେନ୍ଦୁଝରରେ ୧୧, ସମ୍ବଲପୁରରେ ୧୧.୪, ରାୟଗଡ଼ା ଓ ନୂଆପଡ଼ାରେ ୧୧.୬, ଟିଟିଲାଗଡ଼ରେ ୧୨.୬, ମାଲକାନଗିରିରେ ୧୨.୮ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ୧୩ ଓ କଟକରେ ୧୨.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୬.୬ ଡିଗ୍ରୀ କମ୍ ରହିଥିଲା । ଭୁବନେଶ୍ୱରରେ ୨.୯, ଗୋପାଳପୁରରେ ୨.୬, ହୀରାକୁଦ, କୋରାପୁଟ ଓ କଟକରେ ସ୍ୱାଭାବିକଠାରୁ ୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme