Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆରମ୍ଭ ହେଲାଣି ବିଦେଶୀ ପକ୍ଷୀଙ୍କ ଆଗମନ

Posted on December 10, 2025

ଶୀତ ଆସିଲେ ମହାନଦୀ ଅବବାହିକାରେ ସାତକୋଶିଆ ଗଣ୍ଡ ଓ ଅଭୟାରଣ୍ୟରେ ଗୁଞ୍ଜରିତ ହୁଏ ବିଦେଶାଗତ ପକ୍ଷୀଙ୍କ କଳରବ। ଏଥର ଶୀତର ଲହରୀ ବିଳମ୍ୱିତ ହେବାରୁ ପକ୍ଷୀଙ୍କ ଆଗମନ ମଧ୍ୟ ବିଳମ୍ୱିତ ହୋଇଛି। ଗତ ସପ୍ତାହକ ମଧ୍ୟରେ ରାତିର ପାରଦ ସାମାନ୍ୟ ଖସିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଭ୍ୟନ୍ତରୀଣ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଆରମ୍ଭ ହୋଇଛି ଶୀତର ଲହରୀ । ଥଣ୍ଡା ପଡ଼ିବା ପରେ ସାତକୋଶିଆ ଗଣ୍ଡର ନଦୀଶଯ୍ୟା ଓ ଜଳରାଶି ଭିତରେ ଏବେ ପକ୍ଷୀଦଳ ଭିଡ଼ ଜମାଇଲେଣି । ପଦ୍ମତୋଳା ଘଞ୍ଚ ଜଙ୍ଗଲରେ ଥିବା ଗଛଗୁଡ଼ିକରେ ଦଳଦଳ ହୋଇ ପକ୍ଷୀମାନେ ବସା ତିଆରି କରୁଥିବା ଦେଖିବାକୁ ମିଳିଛି । 

ପକ୍ଷୀ ବିଶେଷଜ୍ଞଙ୍କ ମତରେ, ଶୀତ ଋତୁରେ ବିଦେଶରେ ପ୍ରବଳ ତୁଷାରପାତ ହେଉଥିବାରୁ ପକ୍ଷୀମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସଙ୍କଟ ହୋଇଥାଏ। ଭାରତରେ ନଭେମ୍ବର ଠୁ ଫେବୃଆରୀ ପର୍ଯ୍ୟନ୍ତ ପରିବେଶ ବେଶ ଥଣ୍ଡା ଓ  ଅନୁକୂଳ ହୋଇଥାଏ। ଫଳରେ ନଭେମ୍ବର ମାସରୁ ବିଦେଶୀ ପକ୍ଷୀମାନେ ଭାରତମୁହାଁ ହୋଇଥାନ୍ତି।  ସେଥିମଧ୍ୟରୁ ଅନେକ ପକ୍ଷୀଦଳ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି। ସାତକୋଶିଆରେ ପର୍ଯ୍ୟାପ୍ତ ଜଳରାଶି ଥିବାରୁ ସେଠାରେ ପ୍ରଚୁର ଖାଦ୍ୟ ମିଳିଥାଏ ଏବଂ ଅଭୟାରଣ୍ୟର ଘଞ୍ଚଜଙ୍ଗଲ ନିରାପଦ ସ୍ଥାନ ହୋଇଥିବାରୁ ପ୍ରତିବର୍ଷ ଏହି ଅଞ୍ଚଳକୁ ଲକ୍ଷଲକ୍ଷ ପକ୍ଷୀ ଆସି ବସା ବାନ୍ଧିଥାଆନ୍ତି। ପୁଣି ଶୀତଋତୁ ଅପସରି ଗଲାପରେ ଫେବୃଆରୀ ମାସ ଶେଷଆଡ଼କୁ ପୁଣି ସେମାନେ ପ୍ରତ୍ୟାବର୍ତ୍ତନ କରନ୍ତି। ବର୍ତ୍ତମାନ ସାତକୋଶିଆ ଅଞ୍ଚଳରେ ପକ୍ଷୀମାନଙ୍କ ଚଲାବୁଲା ଓ ସମାଗମ ଆରମ୍ଭ ହେଲାଣି । ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ରୁଡ୍ଡି ସେଲଡକ, ପନିଟେଲ୍, ଶାଭାର ଓ ଗଡୱାଲ୍ ଆଦି ବିଭିନ୍ନ ପକ୍ଷୀ ମାନେ ଆସିଥିବା ନୟାଗଡ଼ ବନ୍ୟ ପ୍ରାଣୀ ଡିଏଫ୍ଓ ଅମରେଶ ନାଥ ପ୍ରଧାନ କହିଛନ୍ତି। ତେବେ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଡିଏଫ୍ଓ କହିଛନ୍ତି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme