Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଦ କିଣିବା ନେଇ ଆସିଲା ନୂଆ ନିୟମ,  ଏଣିକି ମଦ କିଣିବା ପାଇଁ ଦରକାର ସାଲାରୀ ସ୍ଲିପ୍

Posted on December 10, 2025

ସାଉଦୀ ଆରବରେ ମଦ ବିକ୍ରିକୁ ନେଇ ନିୟମ ହୋଇଛି। ଏହା ମୁତାବିକ, ଏଠାରେ ଅଣ-ମୁସଲିମ୍ ବିଦେଶୀ ନାଗରିକ ମଦ କିଣି ପାରିବେ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ସ୍ଥିର କରାଯାଇଛି। ଏକ ରିପୋର୍ଟ ମୁତାବିକ ,ସାଉଦୀ ଆରବରେ ରହୁଥିବା ଅଣ ମୁସଲିମ୍ ବିଦେଶୀ ନିଜର ସାଲାରୀ ସ୍ଲିପ୍ ଦେଖାଇ ମଦ କିଣି ପାରିବେ। ହେଲେ ଏହା ଜରୁରି ଯେ, ତାଙ୍କର ମାସିକ ଆୟ ୫୦ ହଜାର ରିୟାଲ ଅର୍ଥାତ୍ ୧୩,୩୦୦ ଡଲାର ହେବା ଉଚିତ୍। ଯଦି ଟଙ୍କାରେ କଥା କହିବା ତ ଏହି ଆୟ ପାଖାପାଖି ୧୨ ଲକ୍ଷ ଟଙ୍କା ପ୍ରତି ମାସ ହେବା ଉଚିତ୍।

ବ୍ଲୁମବର୍ଗର ରିପୋର୍ଟ ମୁତାବିକ , ସାଉଦୀରେ ରହୁଥିବା ଅଣ ମୁସଲିମ୍ ରିଆଧ ସ୍ଥିତ ଦୋକାନରୁ ମଦ କିଣି ପାରିବେ। ଏହି ଦୋକାନରେ ଏଣ୍ଟ୍ରି ପାଇଁ ତାଙ୍କୁ ଦରମା ସ୍ଲିପ୍ ଦେଖାଇ ନିଜର ଆୟ ସାବ୍ୟସ୍ତ କରିବାକୁ ହେବ। ଏହି ଦୋକାନ ଗତ ବର୍ଷ ବିଦେଶୀ କୂଟନୀତିଜ୍ଞଙ୍କ ପାଇଁ ଖୋଲା ଯାଇଥିଲା। ନିକଟରେ ଏଠାରୁ ସେହି ଅଣ-ମୁସଲିମ୍ଙ୍କୁ ମଧ୍ୟ ମଦ ବିକ୍ରି କରାଯାଉଛି , ଯାହାଙ୍କର ପ୍ରିମିୟମ ରେସିଡେନ୍ସି ଷ୍ଟାଟସ ରହିଛି। ଉକ୍ତ ମାମଲା ସହ ସଂପୃକ୍ତ ଲୋକ ନାମ ଗୋପନ ସର୍ତ୍ତରେ ଏହି ସୂଚନା ଦେଇଛନ୍ତି। ଏହାର ସମ୍ୱେଦନଶୀଳତାକୁ ଦେଖି ଏହି ଲୋକେ ନିଜ ପରିଚୟ ଦର୍ଶାଇବାକୁ ଚାହାନ୍ତି ନାହିଁ। କହି ରଖୁଛୁ ଯେ, ମାମଲାକୁ ନେଇ ଏବେସୁଦ୍ଧା ଅଫିସିଆଲି ସୂଚନା ଆସି ନାହିଁ। ସେପଟେ , ସରକାର ମଧ୍ୟ ଏହାକୁ ନେଇ କୌଣସି ଟିପ୍ପଣୀ କରି ନାହାନ୍ତି।

ମଦ ସହ ଜଡିତ ନିୟମରେ ରିଲାକ୍ସ ଦେବା ପଛରେ ସାଉଦୀ ଆରବର ବିଶେଷ ରଣନୀତି ଅଛି। ଏମିତି କରି ସାଉଦୀ ନିଜର ଦେଶରେ ସାମାଜିକ ପ୍ରତିବନ୍ଧକକୁ ସହଜ କରୁଛି। ଯାହାକି ଲୋକଙ୍କୁ ବ୍ୟବସାୟ ଓ ନିବେଶ ପାଇଁ ଏଠାକୁ ନିମନ୍ତ୍ରିତ କରାଯାଇ ପାରିବ। ଗତ କିଛି ବର୍ଷରେ ସାଉଦୀ ଆରବରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଛି। ଏଥିରେ ମହିଳାଙ୍କ ଡ୍ରାଇଭିଂ ଉପରେ ପ୍ରତିବନ୍ଧକ ହଟେଇବା , ସାର୍ବଜନିକ ମନୋରଞ୍ଜନ ଅନୁମତି, ସଙ୍ଗୀତ ଆଦି ସହ ଜଡ଼ିତ ରିଲାକ୍ସେସନ ସାମିଲ ଅଛି। ଏସବୁ କରି ସାଉଦୀ ନିଜକୁ ଅତ୍ୟାଧୁନିକରଣର ରାସ୍ତାରେ ବଢିବାର ଦେଖାଇବାକୁ ଚାହୁଁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme