Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା

Posted on December 10, 2025

ଅଷ୍ଟ୍ରେଲିଆରେ ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି। ସରକାରଙ୍କ ଏହି ନୂତନ ଆଇନ୍ କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ। ଏହି ପ୍ରତିବନ୍ଧକ ଅଧୀନରେ ଟିକଟକ୍, ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ବଡ଼ ଆପ୍ସ ସହିତ ଥ୍ରେଡ୍ସ, ଏକ୍ସ (ଟ୍ୱିଟର), ସ୍ନାପଚାଟ୍, କିକ, ଟ୍ବିଚ୍ ଏବଂ ରେଡିଟ୍ ପ୍ଲାଟଫର୍ମ ମଧ୍ୟ ସାମିଲ ରହିଛି।

ଅଷ୍ଟ୍ରେଲିଆ ସରକାରଙ୍କ ସୂଚନାନୁଯାୟୀ, ଏହି ନିଷ୍ପତ୍ତି ଯୁବପିଢିଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ନିଆଯାଇଛି। ଏଲନ୍ ମସ୍କଙ୍କ ଏକ୍ସ ସମେତ ଫେସବୁକ୍, ଟିକଟକ୍ ଏବଂ ୟୁଟ୍ୟୁବ୍ ଭଳି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ଏହି ନିୟମ ପାଳନ କରିବାକୁ ଏବଂ ୧୬ ବର୍ଷରୁ କମ୍ ବୟସର ଉପଭୋକ୍ତାମାନଙ୍କୁ (Teenagers) ଏଥିରୁ ହଟାଇବା ପାଇଁ ସହମତି ପ୍ରକାଶ କରିଛନ୍ତି।

ତେବେ, ଡିସ୍କାର୍ଡ, ଗୁଗଲ କ୍ଲାସରୁମ୍, ମେସେଞ୍ଜର, ଗିଟହବ୍, ହ୍ବାଟସଆପ୍, ଲେଗୋ ପ୍ଲେ, ଷ୍ଟିମ୍, ରୋବଲୋକ୍ସ ଏବଂ ୟୁଟ୍ୟୁବ୍ କିଡ୍ସ ଭଳି କେତେକ ପ୍ଲାଟଫର୍ମ ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇନାହିଁ।
ଏହାରି ମଧ୍ୟରେ ଅଷ୍ଟ୍ରେଲିଆ ସରକାରଙ୍କ ଇ-ସୁରକ୍ଷା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ କିଛି ପ୍ଲାଟଫର୍ମ ଏବେ ବି ବିଚାରାଧୀନ ରହିଛି ଏବଂ ପ୍ରତିବନ୍ଧକ ତାଲିକା ଚୂଡ଼ାନ୍ତ ହୋଇନାହିଁ। ଆଗକୁ ଏଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମଧ୍ୟ ଏହି ପ୍ରତିବନ୍ଧକ କମ୍ ବୟସର ପିଲାଙ୍କ ପାଇଁ ଲାଗୁ କରାଯାଇଥିବା କଥାକୁ ଦୋହରାଇଛନ୍ତି।

ଅନ୍ୟପଟେ ଏହି ନିଷ୍ପତ୍ତିରେ ଉଲ୍ଲଂଘନକାରୀ ପିଲା କିମ୍ବା ସେମାନଙ୍କ ବାପା-ମାଙ୍କୁ ଦଣ୍ଡ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ, ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀଗୁଡ଼ିକୁ ୪୯.୫ ମିଲିୟନ ଅଷ୍ଟ୍ରେଲିଆ ଡଲାର ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme