Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ, ୨୩କୁ ଘୁଞ୍ଚିଲା ପରୀକ୍ଷା 

Posted on December 10, 2025

ଆସନ୍ତା ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଗତ ୩ ତାରିଖରେ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ୧୧ରେ ଥିବା କଳା, ବିଜ୍ଞାନ, ବାଣିଜ୍ୟର ହିନ୍ଦୀ, ବଙ୍ଗାଳୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ, ଅଲଟର୍‌ନେଟିଭ୍‌ ଇଂରାଜୀ ପରୀକ୍ଷାକୁ ଘୁଞ୍ଚାଇ ମାର୍ଚ୍ଚ ୨୩ ତାରିଖରେ କରାଯାଇଛି । ସେହିପରି ମାର୍ଚ୍ଚ ୨୧ ତାରିଖରେ ହେବାକୁ ଥିବା କଳା ବିଭାଗର ଦର୍ଶନଶାସ୍ତ୍ର ଓ ବାଣିଜ୍ୟର ଆକାଉଣ୍ଟାନ୍ସି ପରୀକ୍ଷାକୁ ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ସେହିପରି ଧନ୍ଦାମୂଳକ ଶିକ୍ଷାର ଥିବା ଟ୍ରେଡ୍‌ ବିଷୟ ପେପର-୪, ଆକାଉଣ୍ଟିଂ ଆଣ୍ଡ୍‌ ଅଡଟିଂ, ଟାକ୍ସ ଆସିଷ୍ଟାଣ୍ଟ ଏବଂ ଟେକ୍ସଟାଇଲ୍‌ ଡିଜାଇନିଂର ପରୀକ୍ଷା ମାର୍ଚ୍ଚ ୨୧ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୨୫ ତାରିଖରେ ହେବ । ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିଏଚ୍‌ଏସ୍‌ଇର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ପିଲାଙ୍କ ଅନୁରୋଧ କ୍ରମେ ମାର୍ଚ୍ଚ ୧୧ ତାରିଖ ପରୀକ୍ଷାକୁ ୨୩ ତାରିଖ କରାଯାଇଛି । ସେହିପରି ମାର୍ଚ୍ଚ ୨୧ରେ ଇଦ୍‌ ଉଲ୍‌ ଫିଦର ଛୁଟି ପଡ଼ୁଥିବାରୁ ଏହି ଦିନ ଥିବା ପରୀକ୍ଷାକୁ ଘୁଞ୍ଚାଇ ୨୫ ତାରିଖକୁ ରଖାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme