Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାଡ଼ରେ ଥରୁଛି ଓଡ଼ିଶା, ସପ୍ତାହେ ଯାଏ ଶୀତରୁ ମିଳିବନି ନିସ୍ତାର

Posted on December 8, 2025

ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ସପ୍ତାହେ ଯାଏ ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ । ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ତଳେ ରହିବ । ପାହାଡ଼ିଆ ସ୍ଥାନରେ ରାତି ତାପମାତ୍ରା ଆହୁରି ଖସିବ । ପାଣିପାଗ ବିଭାଗ ପୂର୍ବାନୁମାନରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଆଗକୁ ରାତି ତାପମାତ୍ରା ବଢ଼ିବା ସହ ଥଣ୍ଡା କମିପାରେ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି । ୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୪.୪ ଡିଗ୍ରୀ ଛୁଇଁଥିଲା । ଏ ବର୍ଷ ପ୍ରଥମଥର ପାଇଁ ଏଠାରେ ପାରଦ ୪ଡିଗ୍ରୀ ଛୁଇଁଛି । ଶିମିଳିପାଳର କୋର୍ ଏରିଆରେ ପାରଦ ୨ ଡିଗ୍ରୀକୁ ଖସି ଆସିଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି । ସିମିଳିଗୁଡ଼ାରେ ୬.୧, ରାଉରକେଲାରେ ୭.୨, ଦାରିଙ୍ଗବାଡ଼ିରେ ୭.୫, ଝାରସୁଗୁଡ଼ାରେ ୭.୬, ଫୁଲବାଣୀରେ ୮, ଚିପିଲିମାରେ ୮.୭, କିରେଇରେ ୮.୮, ଅନୁଗୁଳରେ ୯, କେନ୍ଦୁଝରରେ ୯.୬, ସୁନ୍ଦରଗଡ଼ରେ ୧୦ ଡିଗ୍ରୀ ଥିଲା । କୋରାପୁଟରେ ୧୦.୩, ଭବାନୀପାଟଣାରେ ୧୦.୫, ନବରଙ୍ଗପୁରରେ ୧୧, ଢେଙ୍କାନାଳରେ ୧୧.୪, ବଲାଙ୍ଗୀର, ବାରିପଦା ଓ ବୌଦ୍ଧରେ ୧୧.୫, କଟକରେ ୧୧.୮, ଭୁବନେଶ୍ୱରରେ ୧୧.୯ ଓ ସମ୍ବଲପୁରରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିଥିଲା ।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ ଡିଗ୍ରୀ କମିଛି । ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ୪ ଡିଗ୍ରୀ ଓ ଉତ୍ତର-ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରୀ ଖସି ଯାଇଥିଲା । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୪ ଡିଗ୍ରୀ, କଟକରେ ୨.୮, କେନ୍ଦୁଝରରେ ୨.୬, କୋରାପୁଟରେ ୨.୪, ଗୋପାଳପୁରରେ ୨ ଡିଗ୍ରୀ କମ୍ ରହିଥିଲା ।

ରାଉରକେଲାରେ ଗତ ୭ ଦିନ ଭିତରେ ରାତି ତାପମାତ୍ରା ପ୍ରାୟ ୭ ଡିଗ୍ରୀ କମିଛି । ଡିସେମ୍ବର ୧ ତାରିଖରେ ଏଠାରେ ପାରଦ ୧୪.୫ ଡିଗ୍ରୀ ଥିଲା। ରବିବାର ଏହା ୭.୨ଡିଗ୍ରୀକୁ ଖସିଛି । ସପ୍ତାହ ଭିତରେ ଭବାନୀପାଟଣାରେ ପାରଦ ସର୍ବାଧିକ ୭.୩ ଡିଗ୍ରୀ ଖସିଛି । ୧୭.୮ ଡିଗ୍ରୀରୁ ୧୦.୫ ଡିଗ୍ରୀକୁ ଖସି ଆସିଛି । ସେହିଭଳି ଝାରସୁଗୁଡ଼ାରେ ଡିସେମ୍ବର ୧ରେ ପାରଦ ୧୩.୭ ଡିଗ୍ରୀ ଥିବାବେଳେ ରବିବାର ୭.୬ ଡିଗ୍ରୀକୁ ଖସିଛି । ଫୁଲବାଣୀରେ ୭ ଦିନ ତଳେ ୧୪.୩ ଥିବାବେଳେ ଏହା ୮ ଡିଗ୍ରୀକୁ କମିଛି । ସୁନ୍ଦରଗଡ଼ରେ ୧୫.୪ରୁ ୧୦ ଡିଗ୍ରୀ ଓ ଟିଟିଲାଗଡ଼ରେ ୧୮.୮ରୁ ୧୩ ଡିଗ୍ରୀକୁ ଖସିଛି । ଭୁବନେଶ୍ୱରରେ ୪.୧ ଓ କଟକରେ ୩.୧ ଡିଗ୍ରୀ କମିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme